୭ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ଗଳିତ ମୃତଦେହ, ପାରିପାରିକ ବିବାଦରୁ ହତ୍ୟା କରି ଫିଙ୍ଗି ଦେଇଥିଲା

Published By : Prameya-News7 Bureau | April 20, 2024 IST

ଟିଟିଲାଗଡ ୨୦।୪: ଗତ ୧୪ ତାରିଖରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବେଲପଡା ଗାଁର ରେହାନ ବାଗ ନାମକ ଜଣେ ନାବାଳକ ନିଖୋଜ ହୋଇଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏ ସମ୍ପର୍କରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପୋଲିସ ପରିବାରର ଲୋକଙ୍କ ସହିତ ଆଲୋଚନା କରି ଜାଣି ପାରିଥିଲା ଯେ ତାଙ୍କ ପଡୋଶୀ ତଥା ସମ୍ପର୍କୀୟଙ୍କ ସହିତ ସେମାନଙ୍କ ବିବାଦ ଥିଲା । ରେହାନଙ୍କ ଛାତ ଉପରୁ ପରିବାର ଲୋକ ଏକ କାଗଜ ପାଇଥିଲେ । ଯେଉଁଥିଲେ ଲେଖାଥିଲା ୨-୩ ଲକ୍ଷ ଟଙ୍କା ଦେଲେ ରେହାନକୁ ଆଣି ଫେରାଇ ଦେବେ ବୋଲି ।  କାଗଜର ହସ୍ତାକ୍ଷରକୁ ଦେଖି ପୋଲିସ ସନ୍ଦେହରେ ତାଙ୍କ ସମ୍ପର୍କୀୟ ରୋହନ ବାଗକୁ ଉଠାଇ ନେଇଥିଲା । ପୋଲିସ ତଦନ୍ତ ସମୟରେ ରେହାନ ସମସ୍ତ ଅପରାଧ ସ୍ୱୀକାର କରିବା ସହିତ ଶବ ପକାଇଥିବା ସ୍ଥାନ ଦେଖାଇଥିଲା ।  ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଦଳ ମାଜିଷ୍ଟ୍ରେଟଙ୍କ ସହିତ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରିବା ସହିତ ଗଳିତ ଶବକୁ ପୋଷ୍ଟମଟର୍ମ କରାଇଥିଲେ । ତେବେ ନିଜ ନାବାଳକ ସମ୍ପର୍କୀୟ ରେହାନକୁ କାହିଁକି ଏଭଳି ଅମାନୁଷିକ ଭାବେ ହତ୍ଯା କରି ଫିଙ୍ଗି ଦେଇଥିଲା ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଅଧିକ ତଦନ୍ତ ପରେ ପ୍ରକୃତ ସତ୍ଯତା ଲୋକଲୋଚନକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 

You Can Read :

ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ, କ୍ଷତିଗ୍ରସ୍ତ ହେଲା ଦୁଇଟି ଟ୍ୟାଙ୍କର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.