Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଧୋଇବାକୁ ବିରୋଧ କଲେ, ବେଲ୍ଟରେ ମାଡ ଓ ଗୋଇଠା ମାରିଲେ ଯୁବକ

13/04/2023 at 1:19 PM

ପାଟଣା ୧୩।୪: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅମାନୁଷିକ ଦୃଶ୍ୟ । କଣ୍ଟିଆପଡା ଗାଁରେ ଥିବା ଗଡ଼ିଆରେ ଗାଧୋଉଥିବା ସମୟରେ ପିଲାଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ସହ ଗୋଇଠା ମାରିଲେ କିଛି ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ହେବ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ଗୁଳୁଗୁଳି ହେଉଛି । ଫଳରେ ଗରମରୁ ରକ୍ଷା ପାଇବା ପାଇଁ କଣ୍ଟିଆପଡା ଗ୍ରାମର ଛୋଟ ଛୋଟ ପିଲା ଏକ ଗଡ଼ିଆରେ ଗାଧୋଉଥିଲେ, ଗଡ଼ିଆରେ କାହିଁକି କାଦୁଅରେ ଗାଧୋଉଛ ବୋଲି କିଛି ଯୁବକ ତାଗିଦ କରିଥିଲେ । ଏହାସହ ପିଲାଙ୍କୁ ଅମାନୁଷିକ ଭାବେ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ମାରିବା ସହ ଗୋଇଠା ମାରୁଥିବା ଭିଡିଓ ଏବେ ଭାଇରାଲ୍ ହୋଇଛି । ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ସହ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।

   Related Posts