ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ; ଭିଡିଓ ଭାଇରାଲ୍‌

Published By : Prameya-News7 Bureau | November 11, 2022 IST

ପୁରୀ ୧୧/୧୧: ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ। ସେଠାରେ ସମ୍ପୃକ୍ତ ନାବାଳକଙ୍କୁ ଅତ୍ୟଧିକ ଶାରୀରିକ ନିର୍ଯାତନ ଦେବାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। କେନ୍ଦ୍ରର କର୍ମଚାରୀମାନେ ନାବାକଙ୍କୁ ଅମାନୁସିକ ଭାବେ ବାଡ଼ଉଥିବା ବେଳେ ସମ୍ପୃକ୍ତ ନାବାଳକଟି କାକୁତି ମିନତି ହୋଇ ମୋତେ ଛାଡ଼ିଦିଅ ବୋଲି କହୁଛି। ଏଭଳି ଦୃଶ୍ୟ ପୁରା ଜିଲ୍ଲା ପେଣ୍ଠକଟା ମେରାଇନ୍‌ ଥାନା ଅଧୀରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଦେଖିବାକୁ ମିଳିଛି। ନିର୍ଯାତନାର ଶୀକାର ହୋଇଥିବା ନାବାଳକ ମଧ୍ୟ ପେଣ୍ଠକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ଅନୁସାର, ନାବାଳକଟି ନିଶା ଖାଉଥିବାରୁ ତାକୁ ତା ଘର ଲୋକେ ଗତ ୧୫ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ।

‌କିନ୍ତୁ ସେଠାରେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନେ ତାକୁ ମାରପିଟ୍ କରୁଥିବା ଭିଡିଓ ଭାଇରାଲ ହୋଇଛି। ‘’ମତେ ବାଡାଅନି,କାହିଁକି ଏମିତି ପିଟୁଛ, ମୁଁ କ'ଣ କଲି, ମତେ ଛାଡ଼ିଦିଅ, କାହିଁକି ଏଠାକୁ ଆଣି ଗୋରୁଗାଈ ଭଳି ମାରୁଛ, ଦୟାକରି ମତେ ଛାଡ଼ିଦିଅ,‌ ମୁଁ ମରିଯିବି’’ ମାଡ ଖାଇବା ପରେ ନାବାଳକ ଜଣଙ୍କ ନେହୁରା ହୋଇ ଏଭଳି କାନ୍ଦୁଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ନିଶା ନିବାରଣ କେନ୍ଦ୍ରର କର୍ମଚାରୀଙ୍କ ମାଡ଼ରେ ନାବାଳକଟି ରକ୍ତାକ୍ତ ହୋଇ କାନ୍ଦୁଥିବା ଥିବା ବେଳେ ଘରକୁ ଛାଡିଦେବା ପାଇଁ ଅନୁରୋଧ କରୁଥିବା ଭିଡିଓରେ କହୁଛି।‌ ଏହି ନିଶା ନିବାରଣ କେନ୍ଦ୍ରରେ ପାଖାପାଖି ୪୦ ଜଣ ନିଶାଗ୍ରସ୍ତ ଯୁବକ ରହୁଛନ୍ତି। ନିଶା ନିବାରଣ କେନ୍ଦ୍ରର ମାଲିକ ଜଣକ ପିଛା ୭ ହଜାର ଟଙ୍କା ନେଉଛନ୍ତି। ଯେଉଁ ମାନଙ୍କ‌ ପରିବାର ଟଙ୍କା ଦେଇ ପାରୁନାହାନ୍ତି ସେମାନଙ୍କୁ ନିର୍ଯ୍ୟାତନା ଦିଆଯିବା ସହ ଘର ଲୋକଙ୍କ ସହ ଦେଖା କରାଇ ଦିଆଯାଉନାହିଁ ବୋଲି ଜଣାପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଏହି ନିଶା ନିବାରଣ କେନ୍ଦ୍ରରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ଜଣେ ନିର୍ଯାତନା ସହି ନପାରି ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ତେବେ ନିଶା ନିବାରଣ କେନ୍ଦ୍ରରେ ନିଶାଗ୍ରସ୍ତ ଯୁବକଙ୍କୁ ଏଭଳି ନିର୍ଯାତନା ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.