ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନାବାଳକକୁ ପଥରରେ ଛେଚି ହତ୍ୟା

Published By : Prameya-News7 Bureau | January 16, 2019 IST

ମାଲକାନଗିରି ୧୬|୧: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଖଇରପୁଟ ଥାନା ଅନ୍ତର୍ଗତ କଦମଗୁଡା ଗାଁରେ ଘଟିଛି ଘଟଣା । ପଥରରେ ଛେଚି ହତ୍ୟା ପରେ ବିଲରେ ନାବାଳକର ମୃତଦେହ ଫିଙ୍ଗି ଦିଆଯାଇଛି ।  ମୃତକ ହେଲେ ଖଇରପୁଟ ଥାନା ଅନ୍ତର୍ଗତ କଦମଗୁଡା ଗାଁର ପବିତ୍ର ଖିଲ  ଓ ତାର ବୟସ ୧୭ ବର୍ଷ । ନାବାଳକ ଜଣଙ୍କ ଅନ୍ୟ ଜାତିର ଝିଅକୁ ଭଲ ପାଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାଣିପୁରିଗୁଡା ଗାଁ ଜମିରୁ ମିଳିଛି ମୃତଦେହ । ମୁଦୁଲିପଡା ପୋଲିସ ଓ ଚିତ୍ରକୋଣ୍ଡା ଏସ୍ ଡିପିଓ ପହଞ୍ଚି ମୃତଦେହ ଜବତ ସହ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । କଦମଗୁଡାର ଜଣେ ଯୁବତୀଙ୍କ ସହ ନାବାଳକର ପ୍ରେମ ସଂପର୍କ ଥିଲା । ଝିଅର ପରିବାର ଲୋକେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.