ଖେଳିବାକୁ ଯିବାବେଳେ ଧକ୍କା ଦେଲା ଟିପ୍ପର, ୧୨ବର୍ଷ ବାଳକଙ୍କ ମୁତ୍ୟୁ

Published By : Prameya-News7 Bureau | June 13, 2022 IST

ଅନୁଗୋଳ ୧୩।୬: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଳକଙ୍କ ଜୀବନ । ଅନୁଗୋଳ ଟ୍ରାଫିକ୍ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟିପ୍ପର ଧକ୍କାରେ ୧୨ବର୍ଷର ବାଳକଙ୍କର ମୁତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଟ୍ରାଫିକ୍ ଛକ ମିଶ୍ରପଡାର ଆୟୁଷ ନାମକ ବାଳକ ଜଣଙ୍କ କଦମ ପଡିଆକୁ ଭାଇ ସହ ଖେଳିବାକୁ ଆସୁଥିବା ବେଳେ ଟିପ୍ପରଟି ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୁତ ଘୋଷଣା କରିଛନ୍ତି । ଅନୁଗୋଳ ପୋଲିସ ଟିପ୍ପର ଜବତ କରିବା ସହ ତଦନ୍ତ ଚଳାଇଛି । ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.