ପୋଖରନ ଫାୟାରିଂ ରେଞ୍ଜରୁ ବୋମା ଉଠାଇ ଆଣିଥିଲା ୧୨ବର୍ଷୀୟ ନାବାଳକ : ବିସ୍ଫୋରଣରେ ମୃତ୍ୟୁ

Published By : Prameya-News7 Bureau | December 07, 2020 IST

ଜୟସାଲମେର ୭/୧୨: ରାଜସ୍ଥାନର ପୋଖରନରେ ଜଣେ ନାବାଳକ ସେନାବାହିନୀ ବ୍ୟବହାର କରୁଥିବା ବୋମାର ଶିକାର ହୋଇଛି। ସେନା ଦ୍ବାରା ବ୍ୟବହୃତ ହୋଇଥିବା ସତ୍ବେ ଏହି ବୋମା ଫାଟିନଥିଲା। ପୋଖରଣ ଫିଲ୍ଡ ଫାୟରିଂ ରେଞ୍ଜରେ ନାବାଳକଟିକୁ ବୋମା ମିଳିଥିଲା। ନାବାଳକ ନିଜ ସିହ ବୋମାଟିକୁ ନେଇ ଆସି ତା ସହ ଲାଗିଥିଲା। ସେତିକିବେଳେ ଜୋରଦାର ବିସ୍ଫୋରଣ ହେବାରୁ ୧୧ବର୍ଷୀୟ ବାଳକର ମୃତ୍ୟୁ ହୋଇଯାଇଥିଲା।

ପୋଲିସର କହିବା ଅନୁସାରେ ଏହି ଘଟଣା ଜୟସାଲମେରର ଲାଠି ଥାନା ଅଞ୍ଚଳର। ଏଠାରେ ପୋଖରଣ ଫିଲ୍ଡ ଫାୟରିଂ ରେଞ୍ଜରୁ ଶ୍ରବଣ ସିଂହ ନାମକ ୧୧ବର୍ଷୀୟ ଛେଳିଚରାଳି ବାଳକ ଏକ ବୋମାକୁ ଉଠାଇ ନେଇ ଆସିଥିଲା।

ନାବାଳକ ଏହି ବୋମା ସହ ଲାଗିଥିଲା। ଏହି ସମୟରେ ସେଥିରେ ଜୋରଦାର ବିସ୍ଫୋରଣ ହୋଇଥିଲା ଯାହା ଫଳରେ ୧୧ବର୍ଷୀୟ ଚରାଳିର ମୃତ୍ୟୁ ହୋଇଯାଇଛି। ତା ସହ ଥିବା ଆଉ ଜଣେ ୧୨ବର୍ଷୀୟ ଛେଳିଚରାଳି ବାଳକ ମହିପାଲ ସିଂହ ଗୁରୁତର ଆହତ ହୋଇଥିଲା। ଏହି ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁର ପାଇଁ ରେଫର କରାଯାଇଛି ଯାହା ପରେ ତା ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣା ପ​‌ରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଯାଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ୍ ଏବଂ ସେନା ଅଧିକାରୀ ମଧ୍ୟ ସେଠା​‌ରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତଦନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରୁ କିଛି ପେଲେଟସ୍ ଏବଂ ସେନାବାହିନୀଙ୍କ ବ୍ୟବହୃତ କିଛି ଜିନିଷ ମଧ୍ୟ ମିଳିଛି।

ମୃତ ଶ୍ରବଣ ସିଂହଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୧୧ବର୍ଷୀୟ ଶ୍ରବଣ ସିଂହ ଏବଂ ୧୨ବର୍ଷୀୟ ମହିପାଲ ସିଂହ ପୋଖରନ ଫାୟାରିଂ ରେଞ୍ଜ ପାଖକୁ ଛେଳି ଚରାଇବାକୁ ଯାଇଥିଲେ। ଏହା ପରେ ସେମାନେ ରେଞ୍ଜ ଭିତରକୁ ଯାଇ ବୋମା ଉଠାଇ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.