ଛାଡ଼ପତ୍ର କାଗଜ ସାଇନ୍ କରିନଥିଲା ମାଆ : ରାଗି ଯାଇ ହତ୍ୟା କରିଦେଲା ନାବାଳକ

Published By : Prameya-News7 Bureau | December 03, 2020 IST

wp:heading {"level":4}

ନୂଆଦିଲ୍ଲୀ ୩/୧୨: ଭାରତର ରାଜଧାନୀ ଦିଲ୍ଲୀରେ ଜଣେ ନାବାଳକ ନିଜ ମାଆଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ନାବାଳକ ପୁଅକୁ ପୋଲିସ୍ ଗିରଫ କରିଛି। କୁହାଯାଉଛି ଯେ ନାବାଳକର ବାପା ମୃତ ତା ମାଆଙ୍କଠୁ ଛାଡ଼ପତ୍ର ମାଗିଥିଲେ,କିନ୍ତୁ ମାଆ ଛାଡ଼ପତ୍ର ଦେବାରୁ ମନା କରି ଦେଇଥିଲେ। ଏହାକୁ ନେଇ ନାବାଳକର ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ। ଥଟ୍ଟାରେ ଅତିଷ୍ଠ ହୋଇ ନାବାଳକ ତା ମାଆଙ୍କ ନିର୍ମମ ହତ୍ୟା କରିଥିଲା।

/wp:heading wp:heading {"level":4}

ପୋଲିସ୍ ଅଭିଯୁକ୍ତ ନାବାଳକକୁ ଗିରଫ କରି ଜୁଭେନାଇଲ୍ କୋର୍ଟରେ ହାଜର କରିଥିଲା ଯେଉଁଠାରୁ ତାକୁ ବାଳସୁଧାର ଗୃହ ପଠାଇ ଦିଆଯାଇଛି। ପୋଲିସର କହିବା ଅନୁସାରେ ମୃତ ମହିଳା ନିଜ ଝିଅ ଏବଂ ପୁଅ ସହ ଦିଲ୍ଲୀ ବାହାରେ ଏକ ଅଞ୍ଚଳ​‌ରେ ରହୁଥିଲେ। ସେ ପାଖାପାଖି ୩ବର୍ଷ ତଳେ ନିଜ ସ୍ବାମୀଙ୍କଠୁ ଅଲଗା ହୋଇଯାଇଥିଲେ ଏବଂ ବିଚ୍ଛେଦ ମାମଲା କୋର୍ଟରେ ରହିଛି। କିନ୍ତୁ ମହିଳା ଜଣକ ବିଚ୍ଛେଦ ପାଇଁ ପ୍ରସ୍ତୁତ ନଥିଲେ।

/wp:heading wp:heading {"level":4}

ପୋଲିସର କହିବା ମୁତାବକ,ମୃତ ମହିଳାଙ୍କ ବଡ଼ ପୁଅ ତାଙ୍କ ସ୍ବାମୀଙ୍କ ସହ ରହୁଥିଲା। ମୃତ ମହିଳାଙ୍କ ଝିଅ ନିଜ ବୟାନରେ କହିଥିଲେ ଯେ ତାଙ୍କ ବଡ଼ ଭାଇ ଏହି ବିବାହ ବିଚ୍ଛେଦର କାରଣ ନିଜ ମାଆଙ୍କୁ ମାନୁଥିଲା ଏବଂ ଅନେକ ଥର ଜୀବନରେ ମାରିବାକୁ ଧମକ ଦେଇ ସାରିଥିଲା। ସେ ନିଜ ମାଆଙ୍କୁ ଛାଡ଼ପତ୍ର କାଗଜ ସାଇନ୍ କରିବାକୁ ଧମକ ଦେଇଥିଲା।

/wp:heading wp:heading {"level":4}

ପୋଲିସର କହିବା ଅନୁସାରେ,ନଭେମ୍ବର ୩୦ତାରିଖ ରାତିରେ ବଡ଼ ପୁଅ ନିଜ ମାଆ ଘରକୁ ଖାଇବାକୁ ଆସିଥିଲା। ସେ ନିଜ ମାଆଙ୍କୁ ବାପାଙ୍କ ଘର ଛାଡ଼ିବା କଥା କହିଥିଲେ। ମୃତ ମହିଳା ଏବଂ ତାଙ୍କ ପୁଅ ରାତି ପାଖାପାଖି ୧୨.୪୦ରେ ଘରୁ ବାହାରିଥିଲେ। ଏହା ପରେ ମହିଳା ଆଉ ଘରକୁ ଫେରିନଥିଲେ। ଡିସେମ୍ବର ୧ତାରିଖ ସକାଳେ ତାଙ୍କ ମୃତଦେହ ମିଳିଥିଲା।

/wp:heading wp:heading {"level":4}

ମୃତଦେହ ମିଳିବା ପରେ ମହିଳାଙ୍କ ଝିଅ ନିଜ ବଡ଼ ଭାଇଙ୍କୁ ଅନେକ ଥର ଫୋନ୍ କରିଥିଲେ କିନ୍ତୁ ତାଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ଆସୁଥିଲା। ପରେ ପୋଲିସ୍ ତଦନ୍ତରୁ ଜଣା ପଡ଼ିଥିଲା ଯେ ଛାଡ଼ପତ୍ର ପାଇଁ ବଡ଼ ପୁଅର ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ। ଏହି କାରଣରୁ ସେ ନିଜ ମାଆଙ୍କୁ ହତ୍ୟା କରିଥିଲା। ଏହା ପରେ ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଥିଲା।

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.