ଏକ ତରଫା ପ୍ରେମକୁ ନେଇ ନାବାଳକକୁ ଅପହରଣ ପରେ ହତ୍ୟା ; ତାରାତାରିଣୀ ଜଙ୍ଗଲରୁ ମିଳିଲା ମୃତଦେହ

Published By : Prameya-News7 Bureau | January 16, 2019 IST

ବ୍ରହ୍ମପୁର ୧୬|୧ : ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପ୍ରଥମ ଶ୍ରେଣୀ ଛାତ୍ର ଅଂଶୁମାନର ମୃତଦେହ ଉଦ୍ଧାର ହୋଇଛି । ତାରାତାରିଣୀ ଜଙ୍ଗଲରୁ ତାର ମୃତଦେହ ଉଦ୍ଧାର କରିଛି ପୋଲିସ । ଅଭିଯୁକ୍ତକୁ ନେଇ ପୋଲିସ ସେହି ଜଙ୍ଗଲରୁ ଅଂଶୁମାନର ମୃତଦେହ ଉଦ୍ଧାର କରିଛି । ଅଂଶୁଂମାନକୁ ଅଭିଯୁକ୍ତ ଦେବାଶିଷ ପଣ୍ଡା ଅପହରଣ କରିବା ପରେ ଏହି ଜଙ୍ଗଲରେ ହତ୍ୟା କରି ଫିଙ୍ଗି ଦେଇଥିଲା । ଅଂଶୁମାନର ମାକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

{"id":74504}

ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ସଦାନନ୍ଦ ବିହାର ସପ୍ତମ ଲେନରେ ରହୁଥିବା ନିରୂପମା ଆଚାର୍ଯ୍ୟଙ୍କର ୭ବର୍ଷର ପୁଅ ଅଂଶୁମାନଙ୍କୁ ସମ୍ପର୍କୀୟ ମାମୁ ଦେବାଶିଷ ପଣ୍ଡା ସ୍କୁଲ ଛାଡିବା ଲାଗି ନେଇଥିଲା । ହେଲେ ବିଳମ୍ବିତ ସମୟ ଯାଏଁ ଅଂଶୁମାନ କିମ୍ବା ତାଙ୍କୁ ଛାଡିବାକୁ ଯାଇଥିବା ଦେବାଶିଷଙ୍କ କୌଣସି ସନ୍ଧାନ ନ ମିଳିବାରୁ ଥାନାରେ ଏତଲା ଦେଇଥିଲେ ନିରୁପମା । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସୋମବାର ଛତ୍ରପୁର ନିକଟରୁ ଅଂଶୁମାନଙ୍କ ବିଦ୍ୟାଳୟ ପରିଚୟ ପତ୍ର ଏବଂ ହଳଦିଆପଦର ବ୍ରିଜ୍ ନିକଟରୁ ଏକ ସ୍କୁଟି ଏବଂ ରକ୍ତ ଭିଜା ସାର୍ଟ ପୋଲିସ ଜବତ କରିଥିଲା । ରକ୍ତଭିଜା ସାର୍ଟକୁ ଦେଖି ଅଂଶୁମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରି ତଦନ୍ତର ବିଭିନ୍ନ ଦିଗକୁ ବଢାଇଥିଲା ।

{"id":74506}

ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିବାବେଳେ ତାକୁ ମାରାଥନ୍ ଜେରା ଚାଲଥିଲା । ଅଭିଯୁକ୍ତ ଦେବାଶିଷ ପରେ ସବୁ ଘଟଣା ପୋଲିସ ଆଗରେ ଓଗାଳିଥିଲା ।  ହତ୍ୟା ସ୍ଥଳ ଏବଂ ହତ୍ୟା ପରେ ଶବକୁ କେଉଁଠି ଲୁଚାଇ ରଖିଛନ୍ତି ତାହା ଜଣାଇବା ପରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.