ବୋମା ବିସ୍ଫୋରଣରେ ଶିଶୁପୁତ୍ର ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Published By : Prameya-News7 Bureau | January 25, 2023 IST

ସୁନ୍ଦରଗଡ଼ ୨୫/୦୧: ଦୁଇ ଭାଇ ଘର ଆଗରେ ଫୁଟ୍‌ବଲ୍‌ ଖେଳିବା ବେଳେ ଅଘଟଣ। ବୋମା ଉପରେ ଗୋଡ଼ ପଡ଼ିଯିବାରୁ ୧୦ ବର୍ଷୀୟ ଶିଶୁ ପୁତ୍ର ଗୁରୁତର। ବୋମା ବିସ୍ଫୋରଣ ଫଳରେ ଗୁରୁତର ଶିଶୁର ପାଦରେ ଗଭୀର ଆଘାତ ଲାଗିଛି। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବଳୟା ବସ୍ତି ପଡାରେ ହୋଇଛି। ଗୁରୁତର ଭାବେ ଶିଶୁଟି ଏବେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ଘଟଣା ସ୍ଥଳରେ ବୋମା କିଏ ଓ କାହିଁକି ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଖବର ଅନୁସାରେ, ବସ୍ତିପଡ଼ାର ସବିନା ଖାତୁନଙ୍କ ୨ ପୁଅ ସନ୍ଧ୍ୟା ବେଳେ ତାଙ୍କ ଘର ଆଗରେ ଫୁଟବଲ ଖେଳୁଥିଲେ। ଏହି ସମୟରେ ସାନ ପୁଅ (ଏମ.ଡି.ତେଗି ଅଲ୍ଲି) ପାଦ ଏକ ବୋମା ଉପରେ ପଡିଯିବାରୁ ତାହା ଫାଟିଥିଲା। ଫଳରେ ଶିଶୁର ପାଦଟି ଏହାଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋଣ ଶବ୍ଦ ଶୁଣି ଘର ଲୋକ ବାହାରକୁ ଅ।ସିଥିଲେ। ପରେ ତୁରନ୍ତ ଆହତ ଆହତ ଶିଶୁକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତି କରାଯାଇଛି।

କିନ୍ତୁ ଏହି ଅଞ୍ଚଳରେ ଲୋକେ ବର୍ତ୍ତମାନ ବାରହା ଶିକାର କରୁଥିବାରୁ ଜାଲ ପକାଇ ଏଭଳି ବୋମା ବାନ୍ଧିବାର ଅଭିଯୋଗ ହୋଇଛି। ସେଥିପାଇଁ ଏପରି ଦୁର୍ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅ।ମର କାହା ସହ କୌଣସି ଶତୃତା ନାହିଁ ଏବଂ ଏହି ବୋମା କେଉଁଠୁ ଅ।ସିଲା ଆମେ ଜାଣିନୁ ବୋଲି ଗୁରୁତର ଶିଶୁର ମା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.