ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଅଫୁଟା ବାଣରୁ ବାରୁଦ କାଢି ଲଗାଉଥିଲା ନାବାଳକ, ଫୁଟି ଯାଇ ଗୁରୁତର

9/07/2022 at 10:47 PM

ଭଦ୍ରକ, ୦୯/୦୭: ଅଫୁଟା ବାଣରୁ ବାରୁଦ କାଢି ନିଆଁ ଲଗାଉଥିବା ବେଳେ ଅଘଟଣ । ବାରୁଦ ନିଆଁ ବିସ୍ଫୋରଣ ହୋଇ ଜଣେ ଗୁରୁତର । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ କାଁପଡ଼ା ଅଞ୍ଚଳରେ ଗତକାଲି ବାହାଘର ଶୋଭାଯାତ୍ରା ବେଳେ ବାଣ ଫୁଟାଯାଇଥିଲା ।  ଫୁଟା ଯାଇଥିବା କିଛି ବାଣ ମଧ୍ୟରୁ ଅନେକ ବାଣ ଅଧା ଫୁଟି ରହି ଯାଇଥିଲା ।

ସେହି ଅଧା ଫୁଟା ବାଣକୁ ଉକ୍ତ ଗ୍ରାମର ରାଜୁ ମଳିକଙ୍କ ପୁଅ ଶିବା ମଳିକ ଗୋଟାଇ ଘରକୁ ଆଣି ରଖିଥିଲା । ଆଜି ଘରେ କେହି ନ ଥିବା ବେଳେ ଶିବା ମଳିକ ସେହି ଅଫୁଟା ବାଣ ଓ ଅଧା ଫୁଟା ବାଣରୁ ବାରୁଦ କାଢି ଏକାଠି କରି ନିଆଁ ଲଗାଉଥିବା ସମୟରେ ବାରୁଦ ବିସ୍ଫୋରଣ ହୋଇ ଶିବାଙ୍କ ଶରୀର ପୋଡି ଯାଇଥିଲା । ନିଆଁରେ ପୋଡି ହୋଇ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ଶିବାକୁ ସଙ୍ଗେ ସଙ୍ଗେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି ।

   Related Posts