suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଜଣା ଶିକାରୀଙ୍କ ଗୁଳିରେ ନାବାଳକ ଆହତ, ହସ୍ପିଟାଲରେ ଭର୍ତ୍ତି

5/07/2019 at 4:39 PM

ନୟାଗଡ ୫|୭: ଅଜଣା ଶିକାରୀଙ୍କ ଗୁଳିରେ ନାବାଳକ ଆହତ । ନାବାଳକ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣା ଘଟିଛି ଇଟାମାଟି ଥାନା ପାଲାଗୁଣ୍ଠୁଣି ଗଁ।ରେ । ଏହି ଗଁ।ର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ୧୫ବର୍ଷର ପୁଅ ଦୁଃଶାସନ ଗଁ। ନିକଟ ପାହାଡ ପାଖରେ ଥିବା ଏକ ପୋଖରୀକୁ ଶୈ।ଚ ହେବା ପାଇଁ ଯାଇଥିଲେ । ଶୈ।ଚ ହେଉଥିବା ସମୟରେ ହଠାତ୍ ଗୁଳି ଆସି ତାଙ୍କ ହାତ ଏବଂ ଗୋଡରେ ବାଜିଥିଲା । ସେ ସେଠାରେ ପଡିଯାଇ ଚିତ୍କାର କରିବାରୁ ତାଙ୍କ ଭାଇ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଦୁଃଶାସନଙ୍କ ପାଟିଶୁଣି ଗୁଳି ମାରିଥିବା ଲୋକମାନେ ପଳାଇଯାଇଥିଲେ । ତବେ ପୋଖରୀ ନିକଟରେ ଥିବା ପାହାଡ ଜଙ୍ଗଲରେ ବନ୍ୟଜନ୍ତୁ ରହୁଥିବାରୁ ଶିକାରୀମାନେ ଜନ୍ତୁ ପାଣି ପିଉଥିବା ଅନୁମାନ କରି ଗୁଳି କରିଥିବା ସନ୍ଦେହ କରାଯାଉଛି । ଶିକାରୀମାନେ  ଛେର୍ରା ବନ୍ଧୁକ ବ୍ୟବହାର କରାଯାଇଥିବା ଜଣାପଡୁଛି । ଅଧିକ ଚିକିତ୍ସା ପାଇଁ ଗୁରୁତ୍ତର ଦୁଃଶାସନଙ୍କୁ ଭୂବନେଶ୍ବର ପଠାଇବାର ବ୍ୟବସ୍ଥା କରାଯାଉଛି । ଇଟାମାଟି ପୋଲିସ ମେଡିକାଲ୍ ଆସି ଦୁଃଶାସନଙ୍କ ବୟାନ ନେବା ସହ  ତଦନ୍ତ ଆରମ୍ଭ କରିଛି । 

   Related Posts