ବ୍ୟାଟେରୀ ସହ ଖେଳିବା ହେଲା କାଳ : ଉଡିଗଲା ୩ ଆଙ୍ଗୁଳି
17/02/2020 at 10:15 AM

ଭଦ୍ରକ ୧୭/୨: ବ୍ୟାଟେରୀ ସହ ଖେଳିବା ମହଙ୍ଗା ପଡିଛି । ରାସ୍ତାରେ ପଡିଥିବା ବ୍ୟାଟେରୀକୁ ତାର ସଂଯୋଗ କରି ଲିଚୁ ଲାଇଟ ଜଳାଇବା ବେଳେ ଘଟିଛି ଅଘଟଣ । ୩ଟି ଆଙ୍ଗୁଳି ଉଡ଼ିଯାଇଛି ।

ଏମିତି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ମହରମପୁର ପଂଚାୟତ ତରାସୁଣୀ ସାହିରେ । ସେହି ଗାଁ ର ଚତୁର୍ଥ ଶ୍ରେଣୀ ଛାତ୍ର ସୁଲେଖ ସାହୁ ରାସ୍ତାରେ ଏକ ବ୍ୟାଟେରୀ ପାଇଥିଲେ । ସେହି ବ୍ୟାଟେରୀରେ ତାର ସଂଯୋଗ କରି ଲିଚୁ ଲାଇଟ ଜଳାଇବା ପାଇଁ ଚେଷ୍ଟା କରୁଥିଲେ । ହଠାତ୍ ବିସ୍ଫୋରଣ ଘଟିଥିଲା । ସୁଲେଖଙ୍କର ବାମ ହାତ ପାପୁଲିରୁ ୩ଟି ଆଙ୍ଗୁଳି ଉଡିଯାଇଥିଲା । ଓ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023