ନାବାଳକଙ୍କୁ ୪୨ ହଜାର ୫୦୦ ଟଙ୍କା ଫାଇନ୍, କେଉଁ ବାବଦକୁ କେତେ?

Published By : Prameya-News7 Bureau | February 08, 2020 IST

ଭଦ୍ରକ୮/୨: ନାବାଳକ ଚାଳକଙ୍କୁ ୪୨ ହଜାର ୫୦୦ ଟଙ୍କା ଫାଇନ। ଗାଡ଼ିର କାଗଜପତ୍ର ନଥିବାରୁ ନାବାଳକଙ୍କଠାରୁ ପରିବହନ ବିଭାଗ ଆଦାୟ କଲା ୪୨ ହଜାର ୫୦୦ ଟଙ୍କା ଜରିମାନା। ନାବାଳକ ବାଇକ ଚଳାଇବା ଏବଂ ଗାଡ଼ିର କାଜଗପତ୍ର ନ ରହିବା ଏହା ସମ୍ପୂର୍ଣ୍ଣ ଭାବେ ଟ୍ରାଫିକର ନୂଆ ନିୟମକୁ ଉଲଙ୍ଘନ କରୁଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି ।

{"id":221976,"sizeSlug":"large"}

ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନୂଆପାଖରୀ ଗାଁର ନାରାୟଣ ବେହେରାଙ୍କ ପୁଅ ଆକାଶ ବେହେରା ବାଇକ ଚଲାଉଥିଲା। ବିନା ଡ୍ରାଇଭିଂ ଲାଇସେନ୍ସରେ ବା ନାବାଳକ ଗାଡି ଚଳାଇବାରୁ ୫୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା । ନାବାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୦୦୦ ଟଙ୍କା, ଦୁଇଜଣରୁ ଅଧିକ ଲୋକେ ବାଇକରେ ବସିଥିବାରୁ ୧୦୦୦ ଟଙ୍କା, ରଙ୍ଗ୍ ରୁଟ୍‌ରେ ଗାଡି ଚଳାଇଥିବାରୁ ୫୦୦୦ ଟଙ୍କା , ବିନା ହେଲମେଟରେ ଗାଡ଼ି ଚଳାଇବା ପାଇଁ ୧୦୦୦ ଟଙ୍କା ଏବଂ ନାବାଳକ ଅଫେନ୍ସ ପାଇଁ ୨୫୦୦୦ ଟଙ୍କା ଫାଇନ ଲାଗିଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.