ମୋରମ ଖାଦାନରେ ବୁଡି ନାବାଳକର ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍

Published By : Prameya-News7 Bureau | August 13, 2022 IST

ଆନନ୍ଦପୁର, ୧୨/୦୮: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ସାଇଁକୂଳ ବଇଞ୍ଚବଣିଆ ସାହିରେ ଥିବା ଏକ ପୁରୁଣା ମୋରମ ଖାଦାନରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଭୂପତି ଚରଣ ଜେନାଙ୍କ ପୁଅ ଗୋପାଳ ବୋଲି ଜଣାପଡ଼ିଛି । ଆଜି ମଧ୍ୟାହ୍ନରେ ଗୋପାଳ ଶୌଚ ହେବାକୁ ଉକ୍ତ ଖାଦାନକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ । ନିକଟରେ ଥିବା ଜଣେ ମହିଳା ଗୋପାଳ ପାଣିରେ ବୁଡିଯାଇଥିବା ଦେଖି ଗାଁ ଲୋକଙ୍କୁ ଡାକି ଆଣିବାପରେ ତାକୁ ଉଦ୍ଧାର କରାଯାଇ ନିକଟସ୍ଥ ସାଇଁକୂଳ ଡାକ୍ତରଖାନାରେ ପହଁଞ୍ଚାଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘଷଣା କରିଛନ୍ତି । ସ୍ଥାନୀୟ ଫାଣ୍ଡିରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରୁଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.