କଳାହାଣ୍ଡିରେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ; ରାସ୍ତା କଡରୁ ମୃତଦେହ ଉଦ୍ଧାର
27/10/2018 at 10:22 AM

କଳାହାଣ୍ଡି ୨୭|୧୦: କଳାହାଣ୍ଡିରେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକ ହେଲେ ପାଣି ଗାଁର ୧୬ ବର୍ଷିୟ କୈଳାଶ ମାଝୀ । କଲମପୁର ବ୍ଲକ୍ ଡୁମେରମୁଣ୍ଡାରୁ ରାସ୍ତା କଡରୁ କୈଳାଶଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସକାଳେ ମର୍ଣ୍ଣିଂ ୱାକକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବଡକୁଟ୍ରୁ ଫାଣ୍ଡି ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମ ସଂପର୍କରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023