ବ୍ରହ୍ମପୁର ୨୦/୦୬: ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାଯାଇଛି। ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି।
ସୂଚନା ଥାଉକି, MKCG ମେଡିକାଲରେ ଡିପଥେରିଆରେ ୪ ଜଣ ଚିକିତ୍ସିତ ହେଉଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା MKCG ମେଡିକାଲ ଅଧୀକ୍ଷକ ସୂଚନା ଦେଇଛନ୍ତି। କହିବାକୁ ଗଲେ ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି।