ବସ୍ ଚାପାରେ ନାବାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | September 01, 2019 IST

କଳାହାଣ୍ଡି ୧।୯: କଳାହାଣ୍ଡି ଜାତୀୟ ରାଜପଥ -୨୬ ଜୁନାଗଡ ମଥୁରା ନିକଟରେ ଦୁର୍ଘଟଣା ଘଟିଛି। ବସ୍ ଚାପାରେ ନାବାଳକଙ୍କ ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଫୁଲ ତୋଳି ସାଇକେଲରେ ରାସ୍ତା ପାର ହେଉଥିବା ବେଳେ ତାଙ୍କ ଉପରେ ବସ୍ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଉଛନ୍ତି ମଥୁରା ଗାଁର ମିଲୁ ବଗର୍ତ୍ତୀ । ଦୁର୍ଘଟଣା ଘଟାଇଥିବା ‘କପିଳାଶ’ ନାମକ ଘରୋଇ ବସ୍ କୁ ଜୁନାଗଡ ପୋଲିସ ଜବତ କରି ଡ୍ରାଇଭରକୁ ଅଟକ ରଖିଛି । କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.