ଯୁବତୀଙ୍କୁ ଅସଦାଚରଣ କରି ନିର୍ଦ୍ଧୁମ ଛେଚା ଖାଇଲା ଯୁବକ
19/01/2019 at 3:16 PM

ଜୟପୁର ୧୯|୧: ଯୁବତୀଙ୍କୁ ଅସଦାଚରଣ କରି ନିର୍ଦ୍ଧୁମ ଛେଚା ଖାଇଲା ଯୁବକ । ଜୟପୁର ନିକଟ କୁମୁଲିପୁଟ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଭକ୍ତ ଗୌଡ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ମାଡ ମାରିବା ପରେ ପୋଲିସର ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ । ଆମ୍ବାଗୁଡା ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଛି ।