ମୋବାଇଲ ପାଇଁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 08, 2020 IST

ନୟାଗଡ ୮।୩: ନାବାଳକର ଆତ୍ମହତ୍ୟା ଉଦ୍ୟମ । ମେ।ବାଇଲ ନ ଦିଆଯିବାରୁ ନାବାଳକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ସାତପାଟଣା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":234820,"sizeSlug":"large"}

ନସୂଚନାଯୋଗ୍ୟ ଯେ, ନାବାଳକ ଜଣଙ୍କ ମୋବାଇଲ ଧରିବା ବେଳେ ବାପା ଆକଟ କରିଥିଲେ । ଏଥିରେ ରାଗି ଯାଇ ଫ୍ୟାନରେ ରଶି ଲଗାଇ ନାବାଳକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନାବାଳକ ଜଣଙ୍କ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.