ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପୂର୍ବଶତୃତାକୁ କେନ୍ଦ୍ର କରି ନାବାଳକଙ୍କୁ ଆକ୍ରମଣ; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

10/10/2022 at 10:39 PM

ନିଶ୍ଚିନ୍ତକୋଇଲି ୧୦/୧୦: ମରଣାତ୍ମକ ଆକ୍ରମଣରେ ନାବାଳକ ଜଣକ ଗୁରୁତର। କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ହଳଧରପୁ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତର ନାବାଳକଙ୍କ ପରିଚୟ ସେକ ନଜୀରୁଦ୍ଦିନ। ସେ ହଳଧରପୁର ଗାଁର ସେକ ଫୟାଜୁଉଦ୍ଦିନଙ୍କ ପୁଅ । ନଜୀରୁଦ୍ଦିନ ନିଜ ଦାଦାଙ୍କ ଘର ଦାଣ୍ଡ ବାରଣ୍ଡାରେ ଶୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେକ ଅସରଫ ଓ ତାଙ୍କ ପୁଅ ସେକ ଅସପାକ ଲୁହାରଡ଼ ଓ ଟାଙ୍ଗିଆରେ ନଜୀରୁଦ୍ଦିନଙ୍କ ମୁଣ୍ଡକୁ ଆକ୍ରମଣକରିଥିଲେ। ଫଳରେ ନସିରୁଦ୍ଦିନର ମୁଣ୍ଡ ଓ ହାତ ଆଙ୍ଗୁଳି କଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆକ୍ରମଣ କାରଣରୁ ସେ ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲେ।

ପରିବାର ଲୋକେ ତାକୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତିକରିଛନ୍ତି। ଏହା ସହ ଏନେଇ ଥାନାରେ ଏକ  ଲିଖିତ ଅଭିଯୋଗ କରାଯାଇଛି। ସେପଟେ ନାବାଳକଙ୍କୁ ନିଜର ବାପା ସେକ୍ ଅସରଫ୍ ହାଣିବାକୁ ପ୍ରବର୍ତ୍ତାଇବାରୁ ଅସରଫକୁ ମଧ୍ୟ ଗାଁ ଲୋକେ ମିଶି ଉତ୍ତମମଧ୍ୟମ ଦେଇଥିଲେ। ଗୁରୁତର ଅବସ୍ଥାରେ ଅସରଫ୍ ମଧ୍ୟ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଏପରି ଆକ୍ରମଣ କରଥିବା ନାବାଳକ ଫେରାର ଅଛି ବୋଲି ପୋଲିସ କହିଛି । ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts