ଅର୍ଥନୀତିକୁ ମିଳିବ ଗତି, ପ୍ରଥମ ଥର ଦେଶରେ ଲିଥିୟମ ଓ ଗ୍ରାଫାଇଟ୍‌ ଭଳି ଖଣିଜର ହେବ ନିଲାମ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ବପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି। ନଭେମ୍ବର ୨୯ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ୨୦ ଗୁରୁତ୍ବପୂର୍ଣ୍ଣ ଖଣି ପାଇଁ  ନିଲାମ ଡକାଯିବ।

ଏନେଇ ଖଣି ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି। କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଅନଲାଇନ ନିଲାମ ପକ୍ରିୟା ଲଞ୍ଚ କରିବେ। ଖୁବ୍‌ ପାରଦର୍ଶୀ ଭାବରେ ଅନଲାଇନ ନିଲାମ କରାଯିବ। ଦେଶରେ ଥିବା ସମୁଦାୟ ୨୦ ଟି ମହତ୍ବପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ।

ଆହୁରି ପଢ଼ନ୍ତୁ: EV ବ୍ୟାଟେରି ଉତ୍ପାଦନକୁ ମିଳିବ ବଳ, ଲିଥିୟମ ସମେତ ୨୦ ଗୁରୁତ୍ୱପୂର୍ଣ୍ଣ ଖଣିଜ ଖନନ ପାଇଁ ଆରମ୍ଭ ହେବ ନିଲାମ !

ଖଣି ମନ୍ତ୍ରାଳୟ ଅନୁଯାୟୀ, ଏହି ଐତିହାସିକ ପଦକ୍ଷେପ ଦ୍ବାରା ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ହେବ। ଯାହା ଦେଶର ସୁରକ୍ଷା ଏବଂ ଭବିଷ୍ୟତରେ ସ୍ବଚ୍ଛ ଇନ୍ଧନକୁ ଆଗକୁ ବଢ଼ିବାରେ ସହାୟକ ହେବ। କାରଣ ଅତି ମହତ୍ବପୂର୍ଣ୍ଣ ଖଣିଜ ଦେଶର ଆର୍ଥିକ ବିକାଶ ଏବଂ ସୁରକ୍ଷା ପାଇଁ ଖୁବ୍ ଜରୁରୀ।

ଭବିଷ୍ୟତରେ ମଧ୍ୟ ବୈଶ୍ବିକ ଅର୍ଥବ୍ୟବସ୍ଥା ସେହି ଉଦ୍ୟୋଗ ଉପରେ ଆଧାରିତ ହେବେ ଯେଉଁମାନେ ଲିଥିୟମ, ଗ୍ରାଫାଇଟ, କୋବାଲ୍ଟ, ଟାଇଟାନିୟମ ଏବଂ ଆରଇ ଭଳି ଖଣିଜ ଉପରେ ନିର୍ଭର ରହିବେ। ଏମିତିରେବି ଭାରତ ୨୦୩୦ ସୁଦ୍ଧା ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ ୫୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଶକ୍ତି କ୍ଷମତା ସ୍ଥାପନ କରିବା ପାଇଁ ପ୍ରତିବଦ୍ଧ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ମିଳିଲା ଦେଶର ସବୁଠୁ ବଡ଼ ଲିଥିୟମ ଭଣ୍ଡାର, ୮୦ ପ୍ରତିଶତ ଆବଶ୍ୟକତା ପୂରଣ କରିବ

ଶକ୍ତି ପରିବର୍ତ୍ତନର ଏହି ମହତ୍ବାକାଂକ୍ଷୀ ଯୋଜନା ଜରିଆରେ ଦେଶରେ ଇଲେକ୍ଟ୍ରିକ କାର୍, ପବନ ଏବଂ ସୌର ଶକ୍ତି ପ୍ରକଳ୍ପ ଏବଂ ବ୍ୟାଟେରୀ ଷ୍ଟୋରେଜର ଆବଶ୍ୟକତାକୁ ବଢ଼ାଇବାରେ ସହାୟକ ହେବ ଯାହାଦ୍ବାରା ଏହି ମହତ୍ବପୂର୍ଣ୍ଣ ଖଣିଜ ପାଇଁ ଚାହିଦାରେ ବୃଦ୍ଧି ହେବ।

ଜୁଲାଇ ୨୦୨୩ରେ ସରକାର MMDR ଆକ୍ଟରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଥିଲେ। ଯାହାପରେ ଲିଥିୟମ ଖଣିର ନିଲାମୀ ରାସ୍ତା ପରିସ୍କାର ହୋଇଥିଲା। ଯାହାଦ୍ବାରା ଏହି ମହତ୍ବପୂର୍ଣ୍ଣ ଖଣିର ବ୍ୟବସାୟିକ ଭାବରେ ଖନନ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.