୨ ଦିନିଆ ଗଜପତି ଗସ୍ତରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ରୂପା ମିଶ୍ର

Published By : Prameya-News7 Bureau | June 27, 2022 IST

ଗଜପତି ୨୭।୬: କେନ୍ଦ୍ର ସରକାରଙ୍କ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ରୂପା ମିଶ୍ରଙ୍କ ଦୁଇ ଦିନିଆ ଗଜପତି ଗସ୍ତ। ଆକାଂକ୍ଷା ଜିଲ୍ଲା ଭାବେ ଗଜପତି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଯୁଗ୍ମ ସଚିବ। ବିଶେଷ କରି ଜଳସମ୍ପଦ ପରିଚାଳନା ଉପରେ ଜିଲ୍ଲାର ଜଳସେଚନ ତଥା ଜଳ ବିଭାଜିକା ଓ ଜଳଯୋଗାଣ କ୍ଷେତ୍ରର ପ୍ରଗତି ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ।

ଜିଲ୍ଲାର ଗୁମ୍ମା, କାଶୀନଗର ଓ ଗୋସାଣୀ ଅଞ୍ଚଳ ପରିଦର୍ଶନ କରିବା ସହ ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ଜଳ ସଂରକ୍ଷଣ ବ୍ୟବସ୍ଥା ବୁଲି ଦେଖିଛନ୍ତି । ଏହାସହ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.