ଜାରି ହେଲା ସର୍କୁଲାର: ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ ଦେଲାଭଳି ଖବର ଟିଭିରେ ପ୍ରସାରଣ କରି ପାରିବେ ନାହିଁ...

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ୨୫/୨: ଭାରତୀୟ ଦୂରସଂଚାର ପ୍ରାଧିକରଣ ବିଭିନ୍ନ ବେସରକାରୀ ଟେଲିଭିଜନ ଚ୍ୟାନେଲ ପାଇଁ ନିୟମ ଜାରି କରିଛି। କେଉଁ ପ୍ରକାର ଖବର ପିରବେଷଣ ହେବ ସେଥିପାଇଁ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ଏପରି କି ସିଏଏ ବିରୋଧରେ ଦିଲ୍ଲୀରେ ତେଜୁଛି ହିଂସା।

ଏହାକୁ ଲକ୍ଷ୍ୟ କରି କେବୁଲ ଟେଲିଭିଜନ ରେଗୁଲେସନ ଆକ୍ଟ ୧୯୯୫ ଆଧାରରେ ଘରୋଇ ଟିଭି ଚ୍ୟାନେଲଗୁଡିକ ସୂଚନା ପ୍ରଦାନ କରାଯାଇଛି। ହିଂସାକୁ ପ୍ରୋତ୍ସାହନ ଦେଉଥିବା ଖବର ଉପରେ ରୋକ୍ ଲଗାଇବା ପାଇଁ ଭାରତୀୟ ଦୂର ପକ୍ଷରୁ ସର୍କୁଲାର ଜାରି ହୋଇଛି। ଧର୍ମ ଓ ସମ୍ପ୍ରଦାୟ ବିରୋଧରେ ଟିଭି ଚ୍ୟାନେଲରେ ଖବର ପ୍ରସାରଣ ନ କରିବା ପାଇଁ ସୂଚନା ଦିଆଯାଇଛି। ଏପରି କି ମିଛ ଖବର ପ୍ରସାରଣ ଓ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଭଳି ଖବର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

{"id":229240,"sizeSlug":"large"}

ଏଥିରେ ଉଲ୍ଲେଖ ରହିଛି ଯେ, କୌଣସି ଟିବି ଚ୍ୟାନେଲ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ଭଳି ଖବର ପରିବେଷଣ କରିପାରିବେ ନାହିଁ। କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ଆକ୍ଷେପ କରି ଖବର ଦେଖାଇ ପାରିବେ ନାହିଁ । କିମ୍ବା ହିଂସା ସୃଷ୍ଟିକାରୀ କୌଣସି ଦୃଷ୍ୟକୁ ବାରମ୍ବାର ଦେଖାଇ ପାରିବେ ନାହିଁ। ଏତତ୍ ବ୍ୟତୀତ ମିଛ, ଗୁଜବ ଆଦି ପ୍ରସାରଣ ନ କରିବା ପାଇଁ ମଧ୍ୟ କୁହାଯାଇଛି। ସମସ୍ତ ନିୟମ ଟିଭି ଚ୍ୟାନେଲା ପାଳନ କରିବା ପାଇଁ ସର୍କୁଲାରେ ପ୍ରକାଶିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.