oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅଭିଭାବକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ- ପିଲାଙ୍କୁ ଉପହାରରେ ଦିଅନ୍ତୁନି ସ୍ମାର୍ଟ ଫୋନ

30/04/2022 at 6:18 PM

ପଣାଜୀ ୩୦।୪: ଗୋଆ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରୋହନ ଖୌଁତେ ଶନିବାର ପିଲାଙ୍କୁ ଉପହାର ଅଥବା ପୁରସ୍କାରରେ ସ୍ମାର୍ଟ ଫୋନ  ନ ଦେବା ଲାଗି ଅଭିଭାବକଙ୍କୁ ନିବେଦନ କରିଛନ୍ତି। ପିଲାଙ୍କୁ ମାତାପିତା ବୁଝାନ୍ତୁ ଏହା କେବଳ ଏକ ଗେଜେଟ୍, ଯାହାକୁ କରୋନାରେ ସ୍କୁଲ ବନ୍ଦ ଯୋଗୁ ପାଠ ପଢିବା ପାଇଁ ଦିଆଯାଇଥିଲା, ଏହା ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ନୁହେଁ। ମହାମାରୀ କାରଣରୁ ପିଲାଙ୍କ ହାତରେ ସ୍ମାର୍ଟଫୋନ ଦେବା ସେତେବେଳେର ବାଧ୍ୟବାଧ୍ୟକତା ଥିଲା। କାରଣ ପିଲା କିପରି ତାର ପଢା ପୁରା କରୁ ଭାବୁଥିଲେ ଅଭିଭାବକ। ହେଲେ ଏବେ ଚିନ୍ତାର କାରଣ ପାଲଟିଛି।

ପିଲାଙ୍କ ଅଧିକାଂଶ ସମୟ ଏବେ ସ୍ମାର୍ଟ ଫୋନ ସହ କଟୁଛି। ନିକଟରେ ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଆୟୋଗ ଏକ ସର୍ଭେକ୍ଷଣ କରିଥିଲେ। ଯେଉଁଥିରେ ପିଲା କେତେମାତ୍ରାରେ ସ୍ମାର୍ଟ ଫୋନ ସହ ଅଭ୍ୟସ୍ତ ହୋଇଯାଇଛନ୍ତି ତାହା ରିପୋର୍ଟ କରିଛନ୍ତି। ଏବେ ଅଭିଭାବକ ଚାହିଁଲେ ପିଲାଙ୍କୁ ଏହିପରି ଗେଜେଟରୁ ଦୂରେଇ ରଖି ପାରିବେ। କାରଣ ସ୍କୁଲ ସବୁ ଖୋଲି ସାରିଲାଣି ଓ ପିଲା ସ୍କୁଲକୁ ଯିବାରେ ଲାଗିଲେଣି। ଏବେ ପିଲା ସ୍କୁଲ ଯିବା ସହ ପୂର୍ବ ଭଳି ଖେଳକୁଦ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

ଇଣ୍ଟରନେଟ୍ ଓ ମୋବାଇଲକୁ ମନ୍ତ୍ରୀ ସାଇଲେଣ୍ଟ କିଲର ବୋଲି କହିବା ସହିତ ଏହା ଯୋଗୁ ଫିଜିକାଲ ଓ ସୋସିଆଲ ଆକ୍ଟିଭିଟି ବନ୍ଦ ହେଉଛି । ଏହା ସହ ପିଲାଙ୍କ ସ୍ୱଭାବିକ ସାମାଜିକ ଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନା ଓ ପ୍ରଯୁକ୍ତିମନ୍ତ୍ରୀ ଅନଲାଇନ ଓ ପାରମ୍ପରିକ ଶିକ୍ଷା ମଧ୍ୟରେ ସନ୍ତୁଳନ ରହିବା ଦରକାର ବୋଲି କହିଛନ୍ତି। ଯାହା ଦ୍ୱାରା ଆମେ ଉଭୟରୁ ଲାଭ ନେଇପାରିବା । ସ୍ୱସ୍ଥ ମାନସିକ ସ୍ୱାସ୍ଥ୍ୟ ସହିତ ପିଲାଙ୍କ ଭାବନାତ୍ମକ ବିକାଶ ହେବା ମଧ୍ୟ ଜରୁରୀ। ଏଣୁ ପିଲାଙ୍କୁ ସେମାନଙ୍କ ସଫଳତା ଲାଗି ସ୍ମାର୍ଟ ଫୋନ ଭଳି ଗେଜେଟ ଦେବା ଅଭିଭାବକ ବନ୍ଦ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

   Related Posts