ହେଲମେଟ୍‌ ନପିନ୍ଧି ବାଇକ୍‌ରେ ପତ୍ନୀଙ୍କ ସହ ଯାଉଥିଲେ ମନ୍ତ୍ରୀ, କଟିଲା ଚାଲାଣ, ଗଣିଲେ ତଣ୍ଡ

Published By : Prameya-News7 Bureau | September 06, 2019 IST

ବାରା୬|୯: ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ନିୟମ ଉଲଂଘନ କରୁଥିବା ଲୋକେ ଜରିମନା ଭରୁଛନ୍ତି। ସାଧାରାଣ ମଣିଷ ହେଉ ବା ମନ୍ତ୍ରୀ ସମସ୍ତଙ୍କଠୁ ମୋଟା ଅଙ୍କର ଫାଇନ ନିଆଯାଉଛି। ତେବେ  ରାଜସ୍ଥାନ ସରକାରର ଜଣେ ମନ୍ତ୍ରୀଙ୍କୁ  ମଧ୍ୟ ତଣ୍ଡ ଗଣିବାକୁ ପଡିଛି। ଏହି ଘଟଣା ରାଜସ୍ଥାନର ବାରା ଜିଲାରେ ଘଟିଛି। ମନ୍ତ୍ରୀ ପ୍ରମୋଦ ଜୈନ ନିଜ ପତ୍ନୀଙ୍କ ସହ ମୋଟର ସାଇକଲରେ ବିନା ହେଲମେଟରେ ଯାଉଥିଲେ।

ସେଥିପାଇଁ ଟ୍ରାଫିକ୍‌ ପୋଲିସ ତାଙ୍କୁ ୨୦୦ ଟଙ୍କା ଜରିମନା କରିବା ସହ ଚାଲାଣ କାଟିଥିଲେ। ଚାଲାଣ ଅନୁସାରେ ପ୍ରମୋଦ ଜୈନ ବାରାର ପ୍ରତାପ ଚୌକ ଅଞ୍ଚଳରେ ହେଲମେଟ ନପିନ୍ଧି ବୁଲୁଥିଲେ। ଏହା ସହ ତାଙ୍କ ପତ୍ନୀ ମଧ୍ୟ ହେଲମେଟ ପିନ୍ଧିନଥିଲେ।  

ସମଗ୍ର ଦେଶରେ ସେପଟେମ୍ବର ମାସ ୧ ତାରିଖରୁ କେନ୍ଦ୍ରୀୟ ମୋଟର ବାହାନ ଅଧିନିୟମ ଲାଗୁ ହୋଇଛି। ଏଥିପାଇଁ ନୂଆ ନିୟମର ପାଳନ କରାଯାଇଛି। ରାସ୍ତାରେ ଯାତ୍ରା ସମୟରେ ପ୍ରତି ଭୁଲ ପାଇଁ ଚାଲାଣ କଟା ଯାଉଛି। ହେଲେ ରାଜସ୍ତାନରେ ସରକାର ଏଯାଏଁ କେନ୍ଦ୍ରୀୟ ନୂଆ ନିୟମ ଲାଗୁ ନେଇ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି।

ଫଳରେ ସେଠାରେ ଏବେ ମଧ୍ୟ ପୁରୁଣା ନିୟମ ଅନୁସାରେ ଜରିମାନା ଲଗାଯାଉଛି। ଚଳିତ ସପ୍ତାହ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କେନ୍ଦ୍ରୀୟ ମୋଟର ଭେଇକିଲ ଆକ୍ଟ ଅନୁସାରେ ନିଆଯାଉଥିବା ନୂଆ ଜରିମାନାକୁ କମ କରିବେ। ରାଜସ୍ଥାନର ପରିବହନ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାୱାସ କହିଛନ୍ତି ଯେ, ଏତେ ମୋଟା ରକମର ଜରିମନା ନେବା ଉଚିତ୍‌ ନୁହଁ। ଏହାକୁ କମେଇବା ଆବଶ୍ୟକ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.