ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ମନ୍ତ୍ରୀ,ପାଠ ପଢାଇଲେ ଓ ସ୍ଥିତି ପରଖିଲେ

Published By : Prameya-News7 Bureau | July 04, 2024 IST

ବ୍ରହ୍ମପୁର ୦୪/୦୭: ସରକାରୀ ଆଶ୍ରମ ବିଦ୍ୟାଳୟ ବୁଲିଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ । ଅଚାନକ ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରିଥିଲେ ମନ୍ତ୍ରୀ । ତେବେ ଏହି ପରିଦର୍ଶନରେ ଯାଇ ଆଶ୍ରମରେ ଥିବା ପିଲାମାନଙ୍କୁ ପାଠ ପଢାଇଥିଲେ ମନ୍ତ୍ରୀ । ତେବେ ପାଠପଢା ପରେ ପିଲାମାନଙ୍କୁ ପଚାରିଥିଲେ ରାଜ୍ୟ ସମ୍ପର୍କିତ ପ୍ରଶ୍ନ । 

ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ନାମ କଣ ବୋଲି ପଚାରିଲେ । ଭଲ ପାଠ ପଢି ଭଲ ମଣିଷ ହେବାକୁ ଦେଲେ ଉପଦେଶ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ । ମନ୍ତ୍ରୀ ମଳିକ ପିଲାଙ୍କୁ ପଠ ପଢ଼ାଇ ଅହେତୁକ ଆନନ୍ଦ ଅନୁଭବ କରିଥିଲେ । ଏହାପରେ ଆଶ୍ରମରେ ଥିବା ରୋଷେଇ ଶାଳରେ ପହଞ୍ଚି ରୋଷେଇ ହୋଇଥିବା ଖାଦ୍ୟ ଦେଖିବା ସହିତ ଖାଦ୍ୟ ମାନ ଖାଈ ଯାଞ୍ଚ କରି ପାଚିକାମାନଙ୍କ ସହିତ ଆଲୋଚନା କରିଥିଲେ।  


ଆଶ୍ରମରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଆଶ୍ରମର ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଆଶ୍ରମରେ ପାଣି ସଠିକ ଭାବେ ନିଷ୍କାସନ ହେଉନଥିବାରୁ ସ୍କୁଲ ପରିସରରେ ପାଣି ରହୁଥିବା ବିଷୟ ଅବଗତ ପରେ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ମନ୍ତ୍ରୀ ଶ୍ରୀ ମଳିକ । ଏହି ସମୟରେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ୱାଳ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.