୨ ଦିନିଆ କଳାହାଣ୍ଡି ଗସ୍ତରେ ରେଳମନ୍ତ୍ରୀ, ଜନ ଆଶୀର୍ବାଦ ଯାତ୍ରାରେ ହେବେ ସାମିଲ

Published By : Prameya-News7 Bureau | August 21, 2021 IST

କଳାହାଣ୍ଡି ୨୧।୦୮: ଆଜିଠୁ ୨ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । ବିଜେପି ପକ୍ଷରୁ ଆୟୋଜିତ ଜନ ଆଶିର୍ବାଦ ଯାତ୍ରାରେ ସାମିଲ ହେବେ । ଆଜି ପ୍ରଥମେ ଆମପାଣି ବୁଢାରଜା ମନ୍ଦିରରେ ପୁଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଆସନ୍ତାକାଲି କେସିଙ୍ଗାରେ ସମ୍ବର୍ଦ୍ଦନା ସଭା ଶେଷ କରି ଟିଟିଲାଗଡ ଅଭିମୁଖେ ଯାତ୍ରା କରିବେ । ଏ ନେଇ ଜିଲ୍ଲାବ୍ୟାପୀ ୨୨ଟି ସ୍ଥାନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି ଯାତ୍ରାକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଦଳୀୟ ପତକା ସହ ନେତାଙ୍କ ହୋଡିଂ ଲାଗିଛି । ରେଳ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କଳାହାଣ୍ଡିର ରେଲୱେ ବିକାଶ ଉପରେ କିଛି ଘୋଷଣା କରିବେ ବୋଲି ଆଶାବାଦୀ ରହିଛି । ଗତକାଲି ରାୟଗଡା ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.