ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଜଳେଶ୍ୱର ଗସ୍ତରେ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ, ରିଭର ଭିଉ ଗାର୍ଡେନ ଓ ଗେଷ୍ଟ ହାଉସ ନିର୍ମାଣ କାର୍ଯ୍ୟର ସମୀକ୍ଷା

31/08/2022 at 10:01 AM

ଜଳେଶ୍ୱର ୩୧/୦୮: ରିଭାର ଭିଉ ଗାର୍ଡେନ ଓ ଗେଷ୍ଟ ହାଉସ ନିର୍ମାଣ ପାଇଁ ପରିଦର୍ଶନରେ ପହଂଚିଲେ ପର୍ଯ୍ୟଟନ । ଜଳେଶ୍ୱର ସହରକୁ ସରସ ସୁନ୍ଦର ଗଢି ତୋଳିବା ସହିତ ପୌରପରିଷଦର ଉନ୍ନତି ଓ ଜଳେଶ୍ୱର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୌରପରିଷଦ ୩ନଂ ୱାର୍ଡ ଶେଖବାଡ଼ ଠାରେ ସୁବର୍ଣ୍ଣ ରେଖା ନଦୀକୂଳରେ ରିଭର ଭିଉ ଗାର୍ଡେନ ଓ ଗେଷ୍ଟ ହାଉସ ନିର୍ମାଣ ହେଉଛି ।

ଏହାକୁ ଜଳେଶ୍ୱର ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଠାରେ ଦାବି କରିଥିଲେ । ଏହାକୁ ଲକ୍ଷ୍ୟ ରଖି ମାନ୍ୟବର ମନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗର ଡ଼ାଇରେକ୍ଟର ସଚିନ ଯାଦବ, ଆଡିସନାଲ ସେକ୍ରେଟାରୀ ଟୁରିଜିମ ବିଭାଗ ସହିତ ଇରିଗେସନ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନର ପ୍ରଭାଷ ଚନ୍ଦ୍ର ପ୍ରଧାନ, ଇରିଗେସନ ବିଭାଗର ଏସଡିଓ ପ୍ରିୟବ୍ରତ ସିଂ ଉକ୍ତ ଅଂଚଳ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ତହସିଲଦାର ସ୍ମୃତି ରଞ୍ଜନ ମଲ୍ଲିକ, ବିଜୁ ଜନତା ଦଳର ନଗର ସଭାପତି ସୁରଜିତ ଘୋଷ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ଉକ୍ତ ଜାଗାରେ ଏହି ପ୍ରଜେକ୍ଟଟି କାର୍ଯ୍ୟ କାରୀ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

   Related Posts