ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରାଜ୍ୟରେ ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା ନିଖୋଜ : ମନ୍ତ୍ରୀ ତୁଷାରକାନ୍ତି ବେହେରା

4/07/2022 at 5:35 PM

ଭୁବନେଶ୍ବର ୪: ରାଜ୍ୟରେ ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ରହିଛନ୍ତି । ରାଜ୍ୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।

ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟର ୫୩୮ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୬୯୩ ଜଣ ବାଳିକା ଓ ୯୬୮୭ଜଣ ମହିଳା ନିଖୋଜ ହୋଇଥିଲେ । ଏହି ସମୟରେ ନିଖୋଜ ବାଳକଙ୍କ ମଧ୍ୟରୁ ୪୭୭ଜଣଙ୍କୁ ଠାବ କରାଯାଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୨୯୮ ଓ ୪୭୯୬ ରହିଥିଲା ।

ସେହିଭଳି ୨୦୨୦ ମସିହାରେ ୩୩୯ ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୫୫୮ଜଣ ବାଳିକା ଓ ୮୯୭୦ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୨୭୯ଜଣଙ୍କ ପତ୍ତା ମିଳିଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୦୬୧ ଓ ୩୬୭୦ ରହିଥିଲା ।

ଗତବର୍ଷ ଅର୍ଥାତ ୨୦୨୧ରେ ସମଗ୍ର ରାଜ୍ୟରେ ୨୧୯ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୪୫୨ ଜଣ ବାଳିକା ଓ ୭୩୧୬ ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୧୫୧ଜଣ ଠାବ ହୋଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୧୫୧୨ ଓ ୧୪୫୪ ରହିଥିଲା ।

   Related Posts