ଦଳୀୟ କର୍ମୀଙ୍କ ସହ ଅନଲାଇନ୍ ଆପ୍‌ରେ କଥା ହେଲେ ମନ୍ତ୍ରୀ ଟୁକୁନି ସାହୁ, ଜନ ସଚେତନତା ନେଇ ଆଲୋଚନା

Published By : Prameya-News7 Bureau | October 03, 2020 IST

ବଲାଙ୍ଗିର ୩।୧୦: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଜୁମ୍ ଆପ୍ ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକର ଜୋନ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସହ ଜନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଚନ୍ତି । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ବିଜୁ ଜନତା ଦଳ ତରଫରୁ ଏକ ମାସ ଧରି ମାସ୍କ ବଣ୍ଟନ ଏବଂ କରୋନା ଭାଇରସ ସଂକ୍ରମଣ ବିଷୟରେ ସଚେତନ କରିବାକୁ କହିଛନ୍ତି ମନ୍ତ୍ରୀ । ପଞ୍ଚାୟତ ସ୍ତରରେ ପ୍ଲାଜମା ଦାନ କରି ଜୀବନ ରକ୍ଷା କରିବା ପାଇଁ ଲୋକଙ୍କ ଉତ୍ସାହିତ କରିବା ପାଇଁ ମଧ୍ୟ ମନ୍ତ୍ରୀ କହିଛନ୍ତି । ପଞ୍ଚାୟତସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ବନ୍ଧରେ  ଆଲୋଚନା କରି ଆଗକୁ ବିକାଶ ଦିଗରେ କାମ କରାଯିବ ବୋଲି ନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.