ଏଫଆଇଆର ନ ରଖିବା ଲାଗି ଥାନା ଉପରେ ମହିଳା ମନ୍ତ୍ରୀ ପକାଉଛନ୍ତି ଚାପ, ଅଡିଓ କ୍ଲିପ୍ ଭାଇରାଲ

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ୧୬/୧୧: ସିଓ ସାହେବ, ଆପଣ ଅଂନସଲ କମ୍ପାନୀ ବିରୋଧରେ ଏଫଆଇଆର ଲେଖିଛନ୍ତି କି? କାହିଁକି ଲେଖିଲେ? ଆପଣ ଜାଣି ନାହାନ୍ତି ଉପରୁ ନିର୍ଦେଶ ଅଛି, ଅଂନସଲ କମ୍ପାନୀ ବିରୋଧରେ ଏଫଆଇଆର ଲେଖିବେ ନାହିଁ। ଏହି କଥା କେହି କହୁ ନାହାନ୍ତି, ଖୋଦ୍‌ ମନ୍ତ୍ରୀ ସ୍ବାତୀ ସିଂହ ଫୋନରେ ଥାନା ଅଧିକାରୀ ବିନୁ ସିଂହଙ୍କୁ କହୁଛନ୍ତି। ଫୋନରେ ମନ୍ତ୍ରୀ ସ୍ବାତୀ ସିଂହ ଓ ଥାନା ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

wp:html /wp:html

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ସରକାରର ଜଣେ ଟାଣୁଆ ମହିଳା ମନ୍ତ୍ରୀ ହେଉଛନ୍ତି ସ୍ବାତୀ ସିଂହ। ଅଂନସଲ କମ୍ପାନୀ ବିରୋଧରେ ଏଫଆଇଆର ଦିଆଯିବା ପରେ ଥାନା ଅଧିକାରୀଙ୍କୁ ମନ୍ତ୍ରୀ ଫୋନ ମାଧ୍ୟମରେ ଦାଗିଦ୍ କରୁଛନ୍ତି। ପ୍ରଶ୍ନ ପରେ ପ୍ରଶ୍ନ ଥାନା ଅଧିକାରୀଙ୍କୁ ପଚାରି ଚାଲିଛନ୍ତି।  ସେ ଥାନା ଅଧିକାରୀଙ୍କୁ କହୁଛନ୍ତି ଯେ ଆପଣ ମୋ ସିଟ୍‌ ଗୋଟିଏ ଦିନ ପାଇଁ ବସିଲେ ଦାୟିତ୍ବ କଣ ଜାଣି ପାରିବେ। ଥାନା ଅଧିକାରୀ ତାଙ୍କ କଥାକୁ ସମର୍ଥନ ଜଣାଉଛନ୍ତି। ଗୁରୁବାର ମନ୍ତ୍ରୀ ସ୍ବାତୀଙ୍କ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ପୋଲିସର କହିବା ଅନୁସାରେ କିଛି ଦିନ ତଳେ ଅଂନସଲ କମ୍ପାନୀ ବିରୋଧରେ ପିଜିଆଇ ଥାନାରେ ଏକ ଏଫଆଇଆର ଦିଆଯାଇଥିଲା।

ଏଫଆଇଆରରେ ଅଭିଯୋଗକାରୀ ଉଲ୍ଲେଖ କରିଥିଲେ କି ଏକ ପ୍ଲାଟ୍‌ ପାଇଁ ଅଂନସଲଏ କମ୍ପାନୀ ସହିତ ସେ ଯୋଗାଯୋଗ କରିଥିଲେ। ସେଥିଲାଗି ସେ କମ୍ପାନୀକୁ ଟଙ୍କା ମଧ୍ୟ ଦେଇଥିଲେ। ଏପର୍ଯ୍ୟନ୍ତ କମ୍ପାନୀ ତାଙ୍କୁ ପ୍ଲାଟ ପାଇଁ ସମ୍ପତ୍ତି କିମ୍ବା ଟଙ୍କା କିଛି ବି ଫେରସ୍ତ କରି ନାହିଁ। ଏ ନେଇ ସେ ପିଜିଆଇ ଥାନାରେ ଅଂନସଲ କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.