ଡ୍ୟୁଟି ଖିଲାପକାରୀଙ୍କ ବିରୋଧରେ ହେବ କଡା ଆକ୍ସନ, ପ୍ରାଣୀ ଚିକିତ୍ସାଳୟକୁ ସରପ୍ରାଇଜ ଭିଜିଟ କରି ମନ୍ତ୍ରୀଙ୍କ ଚେତାବନୀ

Published By : Prameya-News7 Bureau | July 06, 2024 IST

ଭୁବନେଶ୍ବର ୬/୭: ଆକ୍ସନ ମୋଡରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆଜି ଅଚାନକ ସହିଦ ନଗର ସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଗସ୍ତ କରି ପରଖିଛନ୍ତି ସ୍ଥିତି ।ଡ୍ୟୁଟି ଖିଲାପକାରୀଙ୍କୁ ମନ୍ତ୍ରୀ କଡା ଚେତାବନୀ ଦେଇ କହିଛନ୍ତି ଡ୍ୟୁଟିରେ ଅବହେଳାକୁ ବରଦାସ୍ତ କରାଯିବନି । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା ଆକ୍ସନ ନିଆଯିବ । ଶୂନ୍ୟ ସହନଶୀଳତା ନୀତିରେ ଆକ୍ସନ ହେବ ।ସାରା ରାଜ୍ୟରେ ସରପ୍ରାଇଜ ଭିଜିଟକୁ ଜୋରଦାର କରାଯିବ । ସେହିପରି ମେଡିକାଲର ପରିବେଶ ଓ ଭିତ୍ତିଭୂମିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ତ୍ରୀ । ମେଡିକାଲରେ କେମିତି ଚିକିତ୍ସା ସେବା ମିଳୁଛି ସେ ନେଇ ଲୋକଙ୍କୁ ପଚାରି ବୁଝିଛନ୍ତି । ଉତ୍ତମ ସେବା ଯୋଗାଇଦେବାକୁ ଆଉ କଣ ଆବଶ୍ୟକତା ରହିଛି ସେ ସଂପର୍କରେ ମଧ୍ୟ କର୍ମଚାରୀଙ୍କ ସହ ଆଲୋଚନା କରି ପରାମର୍ଶ ମାଗିଛନ୍ତି ।  


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.