vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଅଣରାସନ୍‌ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଘରୋଇ ବ୍ୟବହାର ପାଇଁ ମିଳିବ କିରୋସିନି

24/04/2020 at 3:23 PM

ଭୁବନେଶ୍ୱର ୨୪।୦୪: କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି । ଏଭଳି ସମୟରେ ଅଣରାସନ୍‌ କାର୍ଡଧାରୀଙ୍କୁ ଘରୋଇ ବ୍ୟବହାର ପାଇଁ ମିଳିବ କିରାସିନି । ଏହାଦ୍ୱାରା ପ୍ରାୟ ୧୭ ଲକ୍ଷରୁ ଅଧିକ ଅଣରାସନ୍‌ କାର୍ଡଧାରୀ ପରିବାର ଉପକୃତ ହେବେ । ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଜିଲ୍ଲାରେ ମାର୍ଚ୍ଚ ୨୦୨୦ରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କରାସିନି ଯୋଗାଇ ଦିଆଯିବ ।ଏନେଇ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ଏହାପରେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରାସିନିକୁ ଅଣରାସନ୍‌ କାର୍ଡଧାରୀଙ୍କୁ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କିରାସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି ।

   Related Posts