scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ବିଭାଗ ସଫଳତାର ହିସାବ ଦେଲେ ମନ୍ତ୍ରୀ

30/05/2023 at 4:18 PM

ଭୁବନେଶ୍ୱର ୩୦/୦୫: ଅନୁସୂଚିତ ଜନଜାତି ଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ମୂଳକ କାମ ହୋଇଛି । ୪.୨ଲକ୍ଷ ପରିବାରର ୬ଲକ୍ଷ ରୁ ଅଧିକ ଛାତ୍ର ଛାତ୍ରୀ ୧୭୩୫ ବିଦ୍ୟାଳୟ ରେ ପଢୁଛନ୍ତି । CBSE, ICSE ପାଠ୍ୟକ୍ରମରେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନାରେ ୧୭ ଟି ଜିଲ୍ଲାରେ ୮୦ ଟି କାର୍ଯ୍ୟକ୍ରମ ରେ ହଷ୍ଟେଲ ଖୋଲାଯାଇଛି। ୧୭୨ ବ୍ଲକରେ SDC ଖୋଲିଛି।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ୧୭୩୫ ବିଦ୍ୟାଳୟ ଅଛି । ଅଷ୍ଟମ ଶ୍ରେଣୀ ସହ ଏହି ବିଭାଗ ଅଧୀନରେ ଥିବା ସମସ୍ତ ହାଇସ୍କୁଲ ଗୁଡ଼ିକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ 5T ସୁବିଧା ଯୋଗାଇ ଦିଆଯିବ । ଅଭିଭାବକ ବି ଅଂଶୀଦାର କାର୍ଯ୍ୟକ୍ରମରେ ୪ ଲକ୍ଷ ଅଭିଭାବକ ଭାଗ ନେବେ ।

https://www.prameyanews7.com/dahita-ri-on-vigilance-net-while-taking-bribe/

ଗତ ୨୦ ବର୍ଷରେ ଏହି ବିଭାଗ ଅଧୀନରେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୨୧୫ ରୁ ୪୨୨ କୁ ବୃଦ୍ଧି ପାଇଛି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ଉତ୍ସାର୍ଗୀକୃତ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ MLE ନୀତି ଅଛି ଯାହା ଅଧୀନରେ ୨୧ ଟି ଦ୍ବିଭାଷୀ ଓ ତ୍ରୀଭାଷୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି । ବହୁ ଶିକ୍ଷା ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ଜଙ୍ଗଲ ଜମି ଅଧିକାର ରେ ଓଡ଼ିଶା ଆଗରେ । ମୋ ଜଙ୍ଗଲ ଜମି ଯୋଜନା ଏ ବର୍ଷ ଆରମ୍ଭ ହୋଇଛି । ନିର୍ବାଚନୀ ଇସ୍ତାହାର ରେ ଥିଲା SDC ସମ୍ପ୍ରସାରଣ, ବର୍ଦ୍ଧିତ ମେଧାବୃତ୍ତି ଯାହାକି ପୂରଣ କରାଯାଇଛି।

   Related Posts