ବ୍ଲକ ପରିସରରେ ଅସହାୟଙ୍କୁ ଆର୍ଥିକ ସହାୟତା ଏବଂ ବାସଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ

Published By : Prameya-News7 Bureau | June 24, 2021 IST

ଆଠଗଡ଼ ୨୪/ ୦୬ : ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଏବଂ ସଟ୍‌ଡାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀମାନେ । ଉଠା ଦୋକାନ ମାଧ୍ୟମରେ ନିଜ ନିଜର ଦୈନିକ ଗୁଜୁରାଣ ମେଣ୍ଟାଇବା ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଠଗଡ଼ରେ ସେହିଭଳି ୧୬୩ ଜଣ ଉଠା ଦୋକାନୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଏଥି ସହିତ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୮ ଟି ଓ୍ଵାର୍ଡର ୨୮୧ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ବାସଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଆଠଗଡ଼ ବ୍ଲକ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏ ସମସ୍ତ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.