scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଇକେଲରେ ସଂସଦ ଗଲେ ସାଂସଦ ପ୍ରତାପ ଷଡଙ୍ଗୀ

9/12/2019 at 7:08 PM

ନୂଆଦିଲ୍ଲୀ ୦୯।୧୨ -ସାଇକେଲରେ ସଂସଦ ଗଲେ ସାଂସଦ ପ୍ରତାପ ଷଡଙ୍ଗୀ । ନିଜର ସରଳ ତଥା ନିରାଡମ୍ବର ଜୀବନ ଯାପନ ପାଇଁ ଚର୍ଚ୍ଚାରେ ଥିବା ସାଂସଦ ତଥା ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପାର୍ଲାମେଣ୍ଟକୁ ସାଇକେଲରେ ଯାତ୍ରା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । କେବଳ ପ୍ରତାପ ଷଡଙ୍ଗୀ ନୁହନ୍ତି ମନୋଜ ତିୱାରୀ, ମନସୁଖ ମାଣ୍ଡଭ୍ୟ, ଅର୍ଜୁନ୍ ମେଘୱାଲଙ୍କ ଭଳି ସାଂସଦ ଓ ମନ୍ତ୍ରୀ ପାର୍ଲାମେଣ୍ଟକୁ ସାଇକେଲ୍ରେ ଯାଇ ଚର୍ଚ୍ଚାରେ ରହିଛନ୍ତି । …

ସଂସଦକୁ ସାଇକେଲ୍ରେ ଗଲେ ନନା । ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜର ସରଳ ଓ ନିରାଡମ୍ବର ଜୀବନ ଯାପନ ପାଇଁ ଚର୍ଚ୍ଚାରେ ଅଛନ୍ତି । ପ୍ରତାପ ଷଡଙ୍ଗୀ ଆଜି ସାଇକେଲ୍‌ରେ ସଂସଦକୁ ଯାଇ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି । ସୋମବାର ଦିନ ୧୦ ଟା ବେଳେ ନିଜ ସରକାରୀ ବାସଭବନ ୧୦ ପଣ୍ଡିତ୍ ପଥ ମାର୍ଗରୁ ବ୍ୟାଟେରୀ ଚାଳିତ ସାଇକେଲରେ ବାହାରିଥିଲେ ପ୍ରତାପ ଷଡଙ୍ଗୀ । ସଂସଦ ଫାଟକ ଦେଇ ଭିତରକୁ ପଶିଥିଲେ । ଏହି ସାଇକେଲ୍ ବ୍ୟାଟିରୀରେ ଚାଲିବ ସହ ଏହାକୁ ପେଡାଲିଂ ବି କରିହେବ । ଅନ୍ୟ ନେତା ଓ ମନ୍ତ୍ରୀମାନେ ସଂସଦକୁ ବଡ ବଡ ଗାଡିରେ ଆସୁଥିବା ବେଳେ ନନା କାହିଁକି ମନ ବଳାଇଳେ ସାଇକେଲ୍ରେ ଆସିବାକୁ ? ନନା କହିଛନ୍ତି ସୁସ୍ଥ ଶରୀର ଓ ସୁସ୍ଥ ପରିବେଶ ବାର୍ତ୍ତା ଦେବାକୁ ସେ ସାଇକେଲ୍ରେ ଆସିଛନ୍ତି ।….

କେବଳ ପ୍ରତାପ ଷଡଙ୍ଗୀ ନୁହନ୍ତି ତାଙ୍କ ଆଗରୁ ଅନେକ ସାଂସଦ ଓ ମନ୍ତ୍ରୀ ମଧ୍ୟ ପାର୍ଲାମେଣ୍ଟକୁ ସାଇକେଲ୍‌ରେ ଆସି ଚର୍ଚ୍ଚାରେ ଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ରାଜ୍ୟ ସରକାର ଅଡ୍ ଆଣ୍ଡ ଇଭିନ୍ ନମ୍ବର ଲାଗି କରିବା ପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍ ରାମ ମେଘାୱାଲ୍ ସଂସଦକୁ ସାଇକେଲ୍‌ରେ ଆସି ଚର୍ଚ୍ଚାକୁ ଆସିଥିଲେ । ସେହିଭଳି ଦିଲ୍ଲୀ ବିଜେପି ମୁଖ୍ୟ ତଥା ସାଂସଦ ମନୋଜ ତିୱାରୀ ବି ପାର୍ଲାମେଣ୍ଟକୁ ସାଇକେଲ୍‌ରେ ଆସିଥିଲେ। ରାଜ୍ୟ ସଭା ଏମ୍ପି ଅନିଲ୍ ଡାଭେ, ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ପାର୍ଲାମେଣ୍ଟକୁ ସାଇକେଲ୍‌ରେ ଯାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । କିଏ ବଢୁଥିବା ପ୍ରଦୁଷୂଣକୁ ରୋକିବା ପାଇଁ ତ ଆଉ କିଏ ସ୍ବାସ୍ଥ୍ୟପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଂସଦକୁ ସାଇକେଲ୍‌ରେ ଆସିଛନ୍ତି । ତେବେ  ପ୍ରତାପ ଷଡଙ୍ଗୀଙ୍କ ସାଇକେଲ୍‌ ପାର୍ଲାମେଣ୍ଟକୁ ଆସିବା ଥିଲା ନିଆରା ।…

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ସାଂସଦଙ୍କୁ ଦ୍ବାରା ଏଭଳି ସାଇକେଲ୍ ବ୍ୟବହାର କରାଯିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ  ।

   Related Posts