ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

Published By : Prameya-News7 Bureau | September 03, 2020 IST

ଭୁବନେଶ୍ବର ୩।୮: ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା ପଜିଟିଭ ରିପୋର୍ଟ ଆସିବା ପରେ ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ କରୋନା ହୋଇସାରିଛି । ସେ କରୋନା ପଜିଟିଭ୍ ଥିବା ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.