ରାଜ୍ଯ ଉଚ୍ଚଶିକ୍ଷା ମନ୍ତ୍ରୀ : ମହାବିଦ୍ୟାଳୟ ନିର୍ବାଚନ ପ୍ରସଙ୍ଗରେ ତର୍ଜମା ପରେ ନିଆଯିବ

Published By : Prameya-News7 Bureau | September 22, 2022 IST

ଖୋର୍ଦ୍ଧା ୨୨/୦୯: ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଗତ ୨ ବର୍ଷ ହେଲା ବନ୍ଦ ରହିଛି।  ଏନେଇ ତର୍ଜମା ପରେ କଲେଜମାନଙ୍କରେ ନିର୍ବାଚନ ହେବକି ନାହିଁ ନିଷ୍ପତ୍ତି ନଆଯିବ। ଗୁରୁବାର ଖୋର୍ଦ୍ଧା ଜିଲ୍ଲା କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ୩ ଦିନିଆ  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା (ଏନଏସଏସ) ଶିବିର ଉଦଘାଟନ ଅବସରରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବେଳେ ସେ ଏପରି କହିଛନ୍ତି। ସେ କହିଛନ୍ତି  କୋଭିଡକୁ ନେଇ ନିର୍ବାଚନ ବନ୍ଦ ଥିଲା। ନିର୍ବାଚନ ହେବ କି ନାହିଁ ସବିଶେଷ ତର୍ଜମା ଓ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.