AI ମଡେଲ ଲଞ୍ଚ ପାଇଁ ସରକାରଙ୍କ ଅନୁମତି ପ୍ରସଙ୍ଗ: ସ୍ପଷ୍ଟ କଲେ ରାଷ୍ଟ୍ରମନ୍ତ୍ରୀ, କହିଲେ- ଛୋଟ ଷ୍ଟାର୍ଟଅପ୍‌ଙ୍କୁ ଦିଆଯାଇଛି ଛାଡ଼

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ’ଏଆଇ ମଡେଲ ଲଞ୍ଚ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ଆଡଭାଇଜରୀ କେବଳ ବଡ଼ କମ୍ପାନିଙ୍କ ପାଇଁ। ଏହା ଛୋଟ ଷ୍ଟାର୍ଟଅପ୍‌ ଉପରେ ଲାଗୁ ହେଉନାହିଁ।’ AI ମଡେଲ ଲଞ୍ଚକୁ ନେଇ ଜାରି ହୋଇଥିବା ଆଡଭାଇଜରୀ ବିଷୟରେ ସ୍ପଷ୍ଟ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର।

ଆଡଭାଇଜରୀକୁ ନେଇ ଉପୁଜିଥିବା ବିବାଦ ପ୍ରସଙ୍ଗରେ ସ୍ପଷ୍ଟ କରି ସେ କହିଛନ୍ତି ‘‘ଏଆଇର ଅପବ୍ୟବହାର ରୋକିବା ପାଇଁ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଏହା ଅନୁଯାୟୀ ଏଆଇ ଟୁଲ୍‌ ପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ। ଅବଶ୍ୟ ସରକାରଙ୍କ ଏହି ଆଡଭାଇଜରି ସବୁ କମ୍ପାନିଙ୍କ ପାଇଁ ସମାନ ହେବ ନାହିଁ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଆଇର ନୂଆ ଆଡଭାଇଜରୀ କେବଳ ବଡ଼ ଫିନ୍‌ ଟେକ୍ କମ୍ପାନିଙ୍କ ପାଇଁ, ଏହା ଛୋଟ ଷ୍ଟାର୍ଟଅପ୍‌ ପାଇଁ ନୁହେଁ।’’

ଆହୁରି ପଢ଼ନ୍ତୁ: ଜେଲରୁ ଫେରାର ହୋଇଗଲେ ଚାରି ହଜାର କଏଦୀ, ଦେଶରେ ଲାଗୁ ହେଲା ଜରୁରୀ ପରିସ୍ଥିତି

ସୂଚନାଥାଉକି, ନିକଟରେ ଗୁଗଲର ଏଆଇ ଟୁଲ ଜେମିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲା । ଆଉ ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନେଇ ଏହି ଆଡଭାଇଜରୀ ଜାରି ହୋଇଥିଲା। ତେବେ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଟେକ୍ କମ୍ପାନିଙ୍କୁ ଏଆଇର ନୂଆ ଆଡଭାଇଜରୀ ଅନୁଯାୟୀ ହିଁ କାମ କରିବାକୁ ପଡ଼ିବ। ଏଭଳି ନକଲେ ଟେକ୍‌ କମ୍ପାନିଙ୍କ ଉପରେ ଅପରାଧିକ ମକଦ୍ଦମା ଲାଗୁ ହେବ।

ଏହି ନୂଆ ଆଡଭାଇଜରୀ ଅନୁଯାୟୀ, ସବୁ ଡିଜିଟାଲ ପ୍ଲାଟଫର୍ମଙ୍କୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ଏଆଇ ମଡେଲ, ବଡ ଭାଷା ମଡେଲ, ଜେନେରେଟିଭ୍‌ ଏଆଇ, ସଫ୍ଟଓୟାର କିମ୍ବା ଆଲଗୋରିଦମ୍‌ର ବ୍ୟବହାର କରି କୌଣସି ପ୍ରକାରର ଭୁଲ ସାମଗ୍ରୀକୁ ଇଣ୍ଟରନେଟ୍‌ରେ ପ୍ରସାରିତ କରିବାର ଅନୁମତି ଦେବ ନାହିଁ। କୌଣସି ମଧ୍ୟ ଅବିଶ୍ବାସ ଯୋଗ୍ୟ ଏଆଇ ଟୁଲ୍‌ର ବ୍ୟବହାର ଭାରତୀୟ ଇଣ୍ଟରନେଟରେ ହେବନାହିଁ। ଏହା ବ୍ୟତୀତ କୌଣସି ପ୍ରକାରର ଟୁଲକୁ ଲଞ୍ଚ କରିବା ପୂର୍ବରୁ ତାହାର ଫାଇଦା ବିଷୟରେ ଟେଷ୍ଟିଂ ହେବା ଦରକାର। ଏହା ବ୍ୟତୀତ କୌଣସିବି ଟୁଲ୍‌କୁ ଲଞ୍ଚ କରିବା ପୂର୍ବରୁ ସରକାରଙ୍କଠାରୁ ଏହାର ଅନୁମତି ନେବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.