ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି ୮୦% ବିଧାୟକ, ରାଜସ୍ଥାନ ମନ୍ତ୍ରୀ କହିଲେ- ମୋ ଦାବି ଭୁଲ୍ ପ୍ରମାଣିତ ହେଲେ...

Published By : Prameya-News7 Bureau | November 25, 2022 IST

ଜୟପୁର: ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉ ନାହିଁ। ଗେହଲଟ୍‌ଙ୍କ ଦ୍ଵାରା ସଚିନ ପାଇଲଟ୍‌ଙ୍କୁ ଗଦ୍ଦାର କହିବା ପରେ ରାଜ୍ୟରେ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଏହା ମଧ୍ୟରେ ରାଜସ୍ଥାନ ସରକାରରେ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଢା ଦାବି କରିଛନ୍ତି ଯେ, ପ୍ରଦେଶ କଂଗ୍ରେସର ୮୦ ପ୍ରତିଶତ ବିଧାୟକ ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି। ସେ କହିଛନ୍ତି ସଚିନଙ୍କଠୁ ଭଲ ଆଉ କେହି ରାଜନେତା ନାହାନ୍ତିା ସମସ୍ତ କଂଗ୍ରେସ ବିଧାୟକଙ୍କ ମତାମତ ନିଆଯାଉ। ଯଦି ୮୦ ପ୍ରତିଶତ ବିଧାୟକ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପକ୍ଷରେ ସମର୍ଥନ ନ ଦିଅନ୍ତି ତେବେ ସେ ଭୁଲ୍ ପ୍ରମାଣିତ ହେବେ। ଯେଉଁ ୧୦୨ ବିଧାୟକଙ୍କୁ ଗେହଲଟ୍‌ କ୍ୟାମ୍ପର କୁହାଯାଉଛି ସେମାନଙ୍କ ମଧ୍ୟରୁ ଚାରି ଜଣ ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି।

ମନ୍ତ୍ରୀ ରାଜେନ୍ଦ୍ର ଗୁଢା କହିଛନ୍ତି, ତାଙ୍କୁ ଜଣା ନାହିଁ କାହିଁକି ଅଶୋକ ଗେହଲଟ୍‌ ସଚିନ ପାଇଲଟ୍‌ଙ୍କୁ ଅଯୋଗ୍ୟ, ଅସାମର୍ଥ୍ୟ ଏବଂ ଗଦ୍ଦାର କହୁଛନ୍ତି। ମୁଁ ଦାବି କରୁଛି କଂଗ୍ରେସର ୮୦ ପ୍ରତିଶତ ବିଧାୟକ ପାଇଲଟ୍‌ଙ୍କ ସମର୍ଥନରେ ଅଛନ୍ତି। ଉଲ୍ଲେଖନୀୟ ଗୁଢା ପାଇଲଟ୍‌ ଗୋଷ୍ଠୀର ବୋଲି କୁହାଯାଏ। ସେ ବର୍ତ୍ତମାନ ଗେହଲଟ୍ ସରକାରରେ ସୈନିକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

wp:html /wp:html

ଗେହଲଟ୍‌ଙ୍କ ଗଦ୍ଦାର ବୟାନକୁ ନେଇ କଂଗ୍ରେସ ହାଇକମାଣ୍ଡ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ଗେହଲଟ୍‌ଙ୍କ ବୟାନରେ ଖପ୍ପା ପାଇଲଟ୍‌ ଗୋଷ୍ଠୀ ପାର୍ଟିରୁ ଅଲଗା ହୋଇ ପାରନ୍ତି। ଏଥିପାଇଁ ମାମଲାକୁ ଶାନ୍ତ କରିବା  ଲାଗି ପାର୍ଟିର ବରିଷ୍ଠ ନେତା ଜୁଟି ଯାଇଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନରେ ୨୦୧୮ ବିଧାନସଭା ନିର୍ବାଚନ ପରଠୁ ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଗେହଲଟ୍‌ଙ୍କ କହିବା କଥା ପାଇଲଟ୍‌ଙ୍କ ନିକଟରେ ଅଧିକ ବିଧାୟକଙ୍କ ସମର୍ଥନ ନାହିଁ। କିନ୍ତୁ ପାଇଲଟ୍‌ ସମର୍ଥକଙ୍କ କହିବା କଥା ଅଧିକାଂଶ ବିଧାୟକ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.