ନବୀନଙ୍କ ନୂଆ ଟିମ୍‌ରେ ୮ ରାଷ୍ଟ୍ରମନ୍ତ୍ରୀ : ଦୁଇ ପୁରୁଣା, ୬ ନୂଆ

Published By : Prameya-News7 Bureau | June 05, 2022 IST

ଭୁବନେଶ୍ୱର ୦୫।୦୬ : ଟିମ୍ ନବୀନଙ୍କ ନବକଳେବର । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ୧୩ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ୮ଜଣ ଶପଥ ନେଇଛି । ଏଥିରେ ୬ଜଣ ନୂଆ ମୁହଁ ଥିବା ବେଳେ ୨ ଜଣ ପୁରୁଣା ଚେହେରା ରହିଛନ୍ତି ।  

ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସମୀର ରଞ୍ଜନ ଦାଶ । ଏହାପରେ ବାକି ମନ୍ତ୍ରୀମାନେ ଶପଥ ନେଇଥିଲେ ।

ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କୁ ରିପିଟ୍‌ କରାଯାଇଛି । ଉଭୟ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିସାରିଛନ୍ତି । କିନ୍ତୁ ବାକି ଆଉ ୬ଜଣ ନୂଆ ମୁହଁକୁ ଚାନ୍ସ ଦେଇଛନ୍ତି ପାର୍ଟି ସୁପ୍ରିମୋ । ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡେଇ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ, ରୀତା ସାହୁ, ବାସନ୍ତୀ ହେମ୍ବ୍ରମ୍‌ଙ୍କ ନୂତନ ଭାବେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.