Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଶପଥ ପାଠ ପରେ ମନ୍ତ୍ରୀଙ୍କ ବଣ୍ଟାଗଲା ଦାୟିତ୍ୱ : ରୋହିତ ପୂଜାରୀଙ୍କୁ ଇଚ୍ଚଶିକ୍ଷା, ପ୍ରତାପ ଦେବଙ୍କୁ ଶିଳ୍ପ ଓ ଶକ୍ତି ବିଭାଗ

5/06/2022 at 2:20 PM

ଭୁବନେଶ୍ୱର ୦୫।୦୬ : ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍‌ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ।

ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ (କ୍ୟାବିନେଟ୍‌) –

  • ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ ଓ ଆଇନ
  • ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର
  • ରଣେନ୍ଦ୍ର ପ୍ରତାପ ସ୍ଵାଇଁ- କୃଷି ଓ କୃଷକ ବିକାଶ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
  • ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
  • ପ୍ରମିଳା ମଲ୍ଲିକ- ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ
  • ଉଷା ଦେବୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ
  • ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
  • ପ୍ରତାପ କେଶରୀ ଦେବ- ଶିଳ୍ପ, ଶକ୍ତି ଏବଂ MSME
  • ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
  • ନବ କିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ
  • ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
  • ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ
  • ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସମନ୍ୱୟ

ସେହିପରି (ରାଷ୍ଟ୍ରମନ୍ତ୍ରୀ) କାହାକୁ ମିଳିଛି କେଉଁ ବିଭାଗର ଦାୟିତ୍ୱ-

  • ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
  • ଅଶ୍ଵିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ
  • ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା
  • ଶ୍ରୀକାନ୍ତ ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
  • ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବ ବ୍ୟାପାର
  • ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
  • ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ
  • ବାସନ୍ତୀ ହେମ୍ଵ୍ରେମ୍- ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି

ଏହାସହ ତୁଷାରକାନ୍ତି ବେହେରାଙ୍କୁ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।

   Related Posts