ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ, ସନ୍ଧାନୀ କୁକୁର କଲା ଯାଞ୍ଚ
1/02/2020 at 10:31 AM

ନୂଆଦିଲ୍ଲୀ୧/୨: ସଂସଦରେ ପହଞ୍ଚିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ ପହଞ୍ଚିଛନ୍ତି। ଚଳିତ ବର୍ଷ ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ିରେ କଣ ରହିଛି। ତାହାକୁ ନେଇ ସାରା ଦେଶବାସୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଏଥିସହ ପ୍ରିଣ୍ଟେଡ୍ କପିଗୁଡିକୁ ସନ୍ଧାନୀ କୁକୁର ଯାଞ୍ଚ କରିଛି।
ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମାତ୍ର କିଛି ସମୟର ଅନ୍ତ ପରେ ଗୃହରେ ଉପସ୍ଥାପନ ହେବ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷର ସାଧାରଣ ବଜେଟ୍। ଚାଷୀମାନଙ୍କ ପାଇଁ ଏହି ବଜେଟ୍ରେ କିଛି ଖାସ୍ ରହିଥିବା କୁହାଯାଉଛି। ତେବେ ନିର୍ମଳା ସୀତାରମଣଙ୍କ ପେଡ଼ିରେ କଣ ରହିଛି ତାହା କିଛି ସମୟ ପରେ ଜଣାପଡ଼ିବ। ଗତ ବର୍ଷ ଜୁଲାଇ ମାସରେ ବ୍ରିଫ୍କେସ ବଦଳରେ ବହିଖାତା ବ୍ୟବହାର କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯାହାକୁ ନେଇ ସରକାରକୁ ଘେରିଥିଲେ ବିରୋଧୀ। ବର୍ତ୍ତମାନ ସମୟରେ ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିଶେଷଜ୍ଞମାନେ ପହିଞ୍ଚିଛନ୍ତି।