ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓ, ଏହି IPSଙ୍କୁ ମିଳିଲା ଦାୟିତ୍ଵ

31/01/2023 at 6:48 PM

ଭୁବନେଶ୍ଵର: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତକୁ ନେଇ ସକ୍ରିୟ ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚ ଟିମ୍। ଏକ ବଡ ପଦକ୍ଷେପ କ୍ରମେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି। ବରଗଡର ଏସପିଙ୍କୁ ଝାରସୁଗୁଡା ଏସପି ଭାବେ ଅବସ୍ଥାପିତ କରାଯାଇଛି। ଝାରସୁଗୁଡା ଏସପି ଥିଲେ ରାହୁଲ ଜୈନ। ତାଙ୍କ ସ୍ଥାନରେ ବରଗଡ ଏସପି ପରମାର ସ୍ମିତ୍‌ଙ୍କୁ ଝାରୁସୁଗଡାର ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ଆଇପିଏସସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।

ଏସପି ରାହୁଲ ଜୈନ୍ୟଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି କରାଯାଇଛି। ବରଗଡ ଏସପି ପରମାର ସ୍ମିତ୍‌ଙ୍କୁ ଝାରସୁଗୁଡାର ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ବୌଦ୍ଧ ଏସପି ପ୍ରହ୍ଲାଦ ମୀନାଙ୍କୁ ବରଗଡ ଏସପି ଭାବେ ନିୟୋଜିତ କରାଯାଇଛି। ରାୟଗଡା ଏଏସପି ରାଜପ୍ରସାଦଙ୍କୁ ବୌଦ୍ଧ ଏସପିର ଦାୟିତ୍ଵ ଦିଆଯାଇଛି।

ସେହିପରି ମଙ୍ଗଳବାର ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କୁ ବଦଳି କରାଯାଇଛି। ଗୁପ୍ତେଶ୍ଵରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି କରାଯାଇଛି। ତାଙ୍କ ବଦଳରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ଏସଡିପିଓ ଭାବେ ନିଯୁକ୍ତ କରାଯାଇଛି।ଏହା ପୂର୍ବରୁ ଗତକାଲି ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସକୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

   Related Posts