ବଦଳିବ ଶିଳ୍ପୀଙ୍କ ଭାଗ୍ୟ, ସ୍ଵତ୍ୱନ୍ତ୍ର ପଥର ଶିଳ୍ପ କରିଡ଼ର ଉପହାର ଦେଲେ ଶିଳ୍ପମନ୍ତ୍ରୀ

Published By : Prameya-News7 Bureau | December 21, 2022 IST

ନୀଳଗିରି ୨୧/୧୨: ଜନ୍ମ ଦିନ ଅବସରରେ ନୀଳଗିରିର ଐତିହ୍ୟ ପ୍ରସିଦ୍ଧ ଶୈବ ପୀଠ ଦର୍ଶନ କରିବାକୁ ଆସିଥିଲେ ଓଡ଼ିଶା ସରକାରଙ୍କ ଶିଳ୍ପ ଶକ୍ତି ଓ ଏମଏସଏମଇ ମନ୍ତ୍ରୀ । ଏହି ଅବସରରେ ସେ ପଥର ଶିଳ୍ପୀଙ୍କୁ ଉପହାର ସ୍ୱରୂପ ଶିଳ୍ପ କରିଡର ଘୋଷଣା କରିଛନ୍ତି । ଏଭଳି ଘୋଷଣା ଶୁଣି କାରିଗର ମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବବୋଲି ଜଣାପଡିଛି ।

ଖାଲି ଭାରତ ନୁହଁ ବିଶ୍ୱ ସ୍ତରରେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ସୁନାମ ରହିଛି । ଏହି ଅଞ୍ଚଳର ଶିଳ୍ପୀମାନେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହାକୁ ବଞ୍ଚାଇ ରଖିବା ପାଇଁ ପଞ୍ଚଲିଙ୍ଗେଶ୍ଵର ଠାରେ ୧୦ ଏକର ଜାଗାରେ ଏକ ଶିଳ୍ପ କରିଡର ଏବଂ କ୍ରାଫ୍ଟ ଭିଲେଜ୍ ପାଇଁ ସ୍ଥାନ ଚିହ୍ନଟ କରିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଆଜି ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେତେ ଶୀଘ୍ର ସଂସ୍କୃତି ପର୍ଯ୍ୟଟନ ବିଭାଗ ସହିତ ସହମତିରେ କ୍ଲଷ୍ଟର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ। ପୁରୀର ରଘୁରାଜପୁର କ୍ରାଫ୍ଟ ଭିଲେଜ ଭଳି ପଞ୍ଚଲିଙ୍ଗେଶ୍ଵର ପଥର ଶିଳ୍ପୀ କରିଡ଼ର ଏବଂ କ୍ରାଫ୍ଟ ଭିଲେଜ ଦିନେ ଚମକି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି । ଦେଶ ବିଦେଶରୁ ଅନେକ ଲୋକ ଗୋଟିଏ ସ୍ଥାନ ରେ ପଥରର ସୁନ୍ଦର କାରୁକାର୍ଯ୍ୟ ସହିତ ପଥର ଶିଳ୍ପୀ ମାନେ ସ୍ମଲ୍ ସ୍କେଲ ଇଣ୍ଡଷ୍ଟ୍ରି ସହିତ ଯୋଡି ହେବେ ଏବଂ ମେକ୍ ଇନ୍ ଓଡ଼ିଶା ସହିତ ନିଜକୁ ଯୋଡି ପାରିବା ସହିତ ସହଜ ଋଣ ମଧ୍ୟ ପାଇପାରିବେ ବୋଲି କହିଛନ୍ତି ।

ପଞ୍ଚଲିଙ୍ଗେଶ୍ଵର ଠାରେ ଏକ ୩୩ କେଭି ଗ୍ରିଡ ସ୍ଥାପନ ପାଇଁ ହୋଇଥିବା ଦାବି କୁ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନଯୋଗ୍ୟ ମନ୍ତ୍ରୀ ପ୍ରତାପ ଦେବ ଆଜି ପଞ୍ଚଲିଙ୍ଗେଶ୍ୱର ଗସ୍ତକରି ପୂଜାର୍ଚନା କରିବା ସହିତ ବାବାଙ୍କ ଆଶିଷ କାମନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.