ରୌପ୍ୟ ଜୟନ୍ତୀରେ ସାମିଲ ହେଲେ ମନ୍ତ୍ରୀ, ପୂଜା ପେଣ୍ଡାଲରେ ନାଚିଲେ
4/10/2023 at 5:15 PM

ସୁନ୍ଦରଗଡ ୦୪/୧୦: ମେ ହୁଁ ଡ଼ନ । ମେଁ ହୁ ଡନ୍ । ଗୀତରେ ଜବରଦସ୍ତ ନାଚିଲେ ମନ୍ତ୍ରୀ ଶାରଦା ନାୟକ । ମନ୍ତ୍ରୀଙ୍କ ନାଚ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ । ଦେଖନ୍ତୁ କେମିତି ମନ୍ତ୍ରୀ ମଞ୍ଚରେ ଅଣ୍ଟା ହଲେଇ ନାଚୁଛନ୍ତି । ଖାଲି ନାଚୁନାହାଁନ୍ତି ତ ମଜ୍ଜି ଯାଇଛନ୍ତି ।
ସୂଚନା ଥାଉକି, ସୁନ୍ଦରଗଡ ସୁନାରି ପଡାରେ ପୂଜା ମହୋତ୍ସବ ଚାଲିଥିଲା । ପେଣ୍ଡାଲରେ ଗୀତ ଗାଇବାରେ ମଜ୍ଜି ଯାଇଥିଲେ କଣ୍ଠଶିଳ୍ପୀ । ଗୋଟିଏ ପରେ ଗୋଟିଏ ଗୀତ ଚାଲିଥିଲା । ଦର୍ଶକ ବି ମତଆଲା ହେଉଥିଲେ । ହେଲେ ହଠାତ୍ ମଞ୍ଚରେ ଉଭା ହୋଇଥିଲେ ମନ୍ତ୍ରୀ । ଖାଲି ଉଭା ହୋଇନଥିଲେ ତ ନିଜେ ବି ଲାଗି ପଡିଥିଲେ ନାଚି ଉଠିବାରେ । କହିବାକୁ ଗଲେ ୨୫ ବର୍ଷ ଗଣେଶ ପୂଜା ପୂରଣ ଉପଲକ୍ଷେ ପାଳିତ ହେଉଥିଲା ରୌପ୍ୟ ଜୟନ୍ତୀ । ଏହି ରୌପ୍ୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲ ଶ୍ରମ ମନ୍ତ୍ରୀ ସାରଦା ନାୟକ ।