suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମଧୁବାବୁ ପେନସନ ଯୋଜନାରେ ଏତିକି ଜଣ ହୋଇଛନ୍ତି ଉପକୃତ, ସୂଚନା ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

24/05/2023 at 3:56 PM

ଭୁବନେଶ୍ବର ୨୪।୫: ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ୍ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ଉପକୃତ ହୋଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ବରିଷ୍ଠ ନାଗରିକଙ୍କ ନିମନ୍ତେ ୭ଟି ବାର୍ଦ୍ଧକ୍ୟଜନିତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ଟି ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି ।

୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨୯୭୪ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ୧୦ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ କରାଯାଇଛି ।

ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଞ୍ଚିଛି । ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ମନୋଦୟ ପ୍ରତିଷ୍ଠା ହୋଇଛି । ୧୦ଟି ସମନ୍ୱିତ ଭିତ୍ତିଭୂମି କେନ୍ଦ୍ର ଶ୍ରଦ୍ଧାଲୟ ମଧ୍ୟରୁ କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଠାରେ ୬ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିବା ବେଳେ ସମ୍ବଲପୁରକୁ ଛାଡି ୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ।

ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୪ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ସମେତ ୮୩ଟି ବୃଦ୍ଧାଶ୍ରମ, ୨୪ଟି ଭିକ୍ଷୁକ ଥଇଥାନ କେନ୍ଦ୍ର, କିନ୍ନରଙ୍କ ପାଇଁ ୩ଟି ପୁନ୍ନନିବାସ କେନ୍ଦ୍ର ଓ ୭୩ଟି ମାନସିକ ଅସୁସ୍ଥ କେନ୍ଦ୍ର ରହିଛି । ବିଗତ ୪ ବର୍ଷରେ ୧୪୪୦ଟି ଶିବିର ଆୟୋଜିତ ହୋଇଛି । ଏହି ମାଧ୍ୟମରେ ୨୫୬୨୧୮ଜଣ ଭିନ୍ନକ୍ଷମ ସୁବିଧା ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts