ବିନା ହେଲ୍‌ମେଟ୍‌ରେ ଗାଡି ଚଳାଉଥିଲେ ବିଧାୟକ, ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ; ସାଙ୍ଗ ହୋଇ ଗଣିଲେ ହଜାରେ ଫାଇନ୍‌

Published By : Prameya-News7 Bureau | June 25, 2022 IST

ବାଲେଶ୍ୱର ୨୫।୦୬ : ଭୁଲିଗଲେ ନିୟମ ଟ୍ରାଫିକ୍ । ଟ୍ରାଫିକ ନିୟମ ଭାଙ୍ଗି ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ଗଣିଲେ ତଣ୍ଡ । ବିନା ହେଲ୍‌ମେଟ୍‌ରେ ଯାତ୍ରା କରିଥିବାରୁ ତଣ୍ଡ ଗଣିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଖବର ଅନୁଯାୟୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ଅଚାନକ ବାଲେଶ୍ବର ସହରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବାଇକରେ ବସି ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ଯାଉଥିଲେ । ସ୍ଥାନୀୟ ବିଧାୟକ ସ୍ବରୂପ ଦାସ ବାଇକ ଚଳାଉଥିଲେ , ଆଉ ମନ୍ତ୍ରୀ ବସିଥିଲେ ତାଙ୍କ ପଛରେ । ତେବେ ଦୁଇ ଜଣ କେହି ହେଲମେଟ ପିନ୍ଧି ନଥିଲେ । ପରେ ମନ୍ତ୍ରୀ ଓ ବିଧାୟକ ଏଥିପାଇଁ ଫାଇନ ଡିପୋଜିଟ କରିଛନ୍ତି । ବାଲେଶ୍ବର ଟ୍ରାଫିକ ଥାନାରେ ଏକ ହଜାର ଟଙ୍କା ଫାଇନ ଦେଇ ଚାଲାଣ କାଟିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି କିଛି ଦିନ ତଳେ କେନ୍ଦୁଝର ଗସ୍ତରେ ଯାଉଥିବାବେଳେ ହଠାତ୍‌ ଏକ ଓଭର୍‌ଲୋଡିଂ ସ୍କୁଲ ଗାଡ଼ିକୁ ଅଟକାଇଥିଲେ । ବସ୍‌କୁ ଯାଞ୍ଚ କରିବା ସହ ଡ୍ରାଇଭର୍‌କୁ ତାଗିଦ୍‌ କରିଥିଲେ । ଓଭରଲୋଡିଂ ନେଇ ସ୍କୁଲ ଗାଡିକୁ ତାଗିଦ୍‌ କରୁଥିବା ବେଳେ ନିଜେ ଆଜି କେମିତି ଭୁଲିଗଲେ ଟ୍ରାଫିକ୍‌ ନିୟମ । ଆଉ ଚାଲିଗଲେ ବିନା ହେଲ୍‌ମେଟ୍‌ରେ ଦୁଇ ଜଣ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.