ନୂଆଦିଲ୍ଲୀ ୧୧/୧୨: ବ୍ୟାଙ୍କ ଭଳି ଏବେ ପୋଷ୍ଟ ଅଫିସ୍ରେ ଟଙ୍କା ଜମା ରଖୁଥିବା ଗ୍ରାହକଙ୍କୁ ସର୍ବନିମ୍ନ ବାଲାନ୍ସ ରଖିବା ବାଧ୍ୟତାମୂଳକ। ସର୍ବନିମ୍ନ ବାଲାନ୍ସ ନରଖିଲେ ଗ୍ରାହକଙ୍କୁ ଜରିମାନା ଭରିବାକୁ ପଡ଼ିବ। ପୋଷ୍ଟ ଅଫିସ୍ ସେଭିଂସ୍ ଖାତାରେ ଖାତାଧାରକ ସର୍ବନିମ୍ନ ବାଲାନ୍ସ ନରଖିଲେ ୧୦୦ ଟଙ୍କା ତଣ୍ଡ ଗଣିବେ। ତେବେ ଆକାଉଣ୍ଟରେ ଅତି କମ୍ରେ ୫୦୦ ଟଙ୍କା ରଖିବା ବାଧ୍ୟତାମୂଳକ ବୋଲି ଇଣ୍ଡିଆ ପୋଷ୍ଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ତେବେ ଏହି ନିୟମ ୧୧ ଡିସେମ୍ବର ଅର୍ଥାତ ଆଜିଠୁ ଲାଗୁ ହୋଇଛି।
ଭାରତୀୟ ଡାକ ଟ୍ବିଟ୍ରରେ ଲେଖିଛି, ’୧୧-୧୨-୨୦୨୦ ପାଖରୁ ସମସ୍ତ ଖାତାଧାରକ ସର୍ବନିମ୍ନ ୫୦୦ ଟଙ୍କା ରଖିବା ଅନିବାର୍ଯ୍ୟ। ମେଣ୍ଟେନାନ୍ସ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ।’
wp:embed {"url":"https://twitter.com/IndiaPostOffice/status/1336983924744933377","type":"rich","providerNameSlug":"twitter","responsive":true,"className":""} /wp:embedଭାରତୀୟ ଡାକର ଓ୍ବେବ୍ସାଇଟ୍ ଅନୁସାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯଦି ଗ୍ରାହକ ନିଜ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖନ୍ତି ତେବେ ୧୦୦ ଟଙ୍କା ଜରିମାନା କାଟିଦିଆଯିବ। ଯଦି ଆକାଉଣ୍ଟ ବାଲାନ୍ସ ଶୂନ୍ୟ ହୋଇଯାଏ ତେବେ ଆକାଉଣ୍ଟ ସ୍ବତଃ ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି।
ଏଣିକି ଅତିକମ୍ରେ ୫୦୦ ଟଙ୍କା ହେଲେ ହିଁ ପୋଷ୍ଟ ଅଫିସ୍ରେ ସେଭିଂସ୍ ଆକାଉଣ୍ଟ ଖୋଲିହେବ। ଏହା ସହ ଲଗାତର ୧୦ ଟଙ୍କାରୁ କମ୍ ଡିପୋଜିଟ କରାଯାଇପାରିବ ନାହିଁ। ସର୍ବନିମ୍ନ ଉଠାଣ ରାଶି ୫୦ ଟଙ୍କା ବୋଲି ମଧ୍ୟ ଧାର୍ଯ୍ୟ କରାଯାଇଛି। ୫୦୦ ଟଙ୍କା ତଳକୁ ଆକାଉଣ୍ଟରେ ଥିଲେ ଗ୍ରାହକଙ୍କୁ ଟଙ୍କା ଉଠାଣ ପାଇଁ ଅନୁମତି ମିଳିବ ନାହିଁ। ୩ ବର୍ଷ ଧରି ଆକାଉଣ୍ଟରେ ଟ୍ରାଞ୍ଜାକ୍ସନ ନହେଲେ ଏହାକୁ ବନ୍ଦ କରିଦିଆଯିବ। ପରେ କେଓ୍ବାଇସି, ନୂଆ ପାସ୍ ବୁକ୍ ଦେଲେ ହିଁ ପୂରୁଣା ଆକାଉଣ୍ଟ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସୂଚନା ମିଳିଛି।