ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଅଟୋ, ୩ ଗୁରୁତର

Published By : Prameya-News7 Bureau | May 09, 2020 IST

ଭଦ୍ରକ ୦୯।୦୫: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଫେରିବା ବେଳେ ସାଙ୍ଗ ହୋଇ ଏକ ମାଲବାହୀ ଅଟୋରେ ଚାଉଳ ଆଣି ଫେରୁଥିଲେ । ପୋଲ ଉପରକୁ ଉଠିଲା ବେଳେ ମାଲବାହୀ ଅଟୋଟି ଓଲଟି ପଡିଥିଲା । ଯାହାଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା ।

{"id":267088,"sizeSlug":"large"}

ସୂଚନାଯୋଗ୍ୟ ଯେ, ଧାମନଗର ଥାନା ଉପରେ ସଇଲୋ ଗାଁ ର କେତେକ ଲୋକ ପଧାନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟ କୁ ଚାଉଳ ଆଣିବା ପାଇଁ ଯାଇଥିଲେ । ସେଠାରୁ ଚାଉଳ ଆଣିବା ପରେ ଏକ ମାଲବାହୀ ଅଟୋରେ ଘରକୁ ଫେରୁଥିଲେ । କିନ୍ତୁ ଅର୍ଜୁନପୁର ପୋଲ ନିକଟରେ ମାଲବାହୀ ଅଟୋଟି ଚଢୁଥିବା ବେଳେ ପୋଲର ଆପ୍ରଚ ରୋଡ଼ରେ ଭାରସାମ୍ୟ ହରାଇ ହଠାତ ତଳକୁ ଖସିପଡିଥିଲା । ତେବେ ଅଟୋଟି ତଳକୁ ପଡିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚାଲିଆସିଥିଲେ । ସ୍ଥାନୀୟଲୋକଙ୍କ ସହଯୋଗରେ  ସେମାନଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ହାଡ଼ିଆଣୀ ବେୱାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.